ଭୁବନେଶ୍ବର: କୋଭିଡ ନିରାକରଣକୁ ନେଇ ଆସିଲା ବଡ଼ ତଥ୍ୟ । ଏଥର କୋରୋନା ରୋଗରୁ ଶୀଘ୍ର ମିଳିବ ମୁକ୍ତି। ମାତ୍ର 8 ଦିନରେ କୋରୋନାରୁ ସୁସ୍ଥ ହେବେ ଆକ୍ରାନ୍ତ । କାରଣ ମାର୍କେଟକୁ ଖୁବ୍ ଶୀଘ୍ର ଆସିବ ମଲ୍ନୁପିରାଭିର(molnupiravir) । କୋରୋନାରୁ ସୁସ୍ଥ ହେବା ପାଇଁ 14 ଦିନ ସମୟ ଲାଗୁଥିବା ବେଳେ ମଲ୍ନୁପିରାଭିର ମେଡିସିନ କୋରୋନା ରୋଗୀଙ୍କୁ 8 ଦିନ ମଧ୍ୟରେ ସୁସ୍ଥ କରିଦେବ ।
ଏହାର ପ୍ରଥମ ପର୍ଯ୍ୟାୟରେ ଏମର୍ଜେନ୍ସିର ବ୍ୟବହାର ପାଇଁ ଅନୁମତି ମିଳିଛି । ଓଡ଼ିଶାରେ ମଧ୍ୟ ଖୁବ ଶୀଘ୍ର ଏହାର ବ୍ୟବହାର ହେବ ବୋଲି କହିଛନ୍ତି ଡାକ୍ତର ନିରୋଜ ମିଶ୍ର । ଏହା ଅଗଷ୍ଟ ଶେଷ ସୁଦ୍ଧା ମାର୍କେଟକୁ ଆସିବ । ପ୍ରତିଦିନ ଦୁଇଟି ଲେଖାଏଁ ୮୦୦ ମିଲିଗ୍ରାମ ଟାବଲେଟ ନେବାକୁ ପଡ଼ିବ। କରୋନାକୁ ହରାଇବା ପାଇଁ ଏହା ଏକ ଶକ୍ତିଶାଳୀ ଅସ୍ତ୍ର ହେବ ବୋଲି ସେ କହିଛନ୍ତି ନିରୋଜ ମିଶ୍ର।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରୟ, ଇଟିଭି ଭାରତ