ଭୁବନେଶ୍ବର : କୋରୋନାକୁ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜ୍ୟ ସରକାର କଣ ପଦକ୍ଷେପ ନେଇଛନ୍ତି ଏବଂ ଆଗକୁ କେଉଁ ପଦକ୍ଷେପ ଗ୍ରହଣ କରିବାର ଅଛି ସେ ନେଇ ଉଭୟ ନେତାଙ୍କ ମଧ୍ୟରେ ରହିବ ଆଲୋଚନା ।
ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ। ଓଡିଶା ସରକାର କୋରୋନାକୁ ମୁକାବିଲା କରିବାକୁ ଯଦିଓ ଅନେକ ଗୁଡିଏ ପଦକ୍ଷେପ ନେଇଛନ୍ତି ତେବେ ସ୍ଥିତି ଆଗକୁ କିପରି ନିୟନ୍ତ୍ରଣ ଭିତରେ ରହିବ ସେନେଇ ଆଲୋଚନା ଆଜି ଆଲୋଚନା କରିପାରନ୍ତି ମୋଦି- ନବୀନ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ