ETV Bharat / city

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ବିଶୁଦ୍ଧ ରକ୍ତ,‘ବ୍ଲଡ ଅନ ହୁଇଲସ’ ଆରମ୍ଭ - ସୁନେତ୍ର ଭ୍ୟାନକୁ ଲୋକାର୍ପଣ

ବ୍ଲଡ ଅନ ହୁଇଲସ୍ । ଭ୍ରାମ୍ୟମାଣ ଭ୍ୟାନରେ ରକ୍ତ ସଂଗ୍ରହ । ରାଜ୍ୟର ଦୁର୍ଗମ ଅଞ୍ଚଳରେ ବିଶୁଦ୍ଧ ରକ୍ତ ପହଞ୍ଚାଇବା ପାଇଁ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ସେବା ଆରମ୍ଭ ହୋଇଛି ।

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ବିଶୁଦ୍ଧ ରକ୍ତ, ଭ୍ରାମ୍ୟମାଣ ଭ୍ୟାନ ସେବା ଆରମ୍ଭ
author img

By

Published : Oct 22, 2019, 11:34 PM IST

ଭୁବନେଶ୍ବର: ବ୍ଲଡ ଅନ ହୁଇଲସ୍ । ଭ୍ରାମ୍ୟମାଣ ଭ୍ୟାନରେ ରକ୍ତ ସଂଗ୍ରହ । ଆଉ ଏହାସହ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ‘ସୁନେତ୍ର’ । ରାଜ୍ୟରେ ବିଶୁଦ୍ଧ ରକ୍ତର ଆବଶ୍ୟକତା ପୂରଣ କରିବା ପାଇଁ ଆରମ୍ଭ ହେଲା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ସେବା ।

ଦୁର୍ଗମ ଅଞ୍ଚଳରେ ପହଞ୍ଚିବ ବିଶୁଦ୍ଧ ରକ୍ତ, ଭ୍ରାମ୍ୟମାଣ ଭ୍ୟାନ ସେବା ଆରମ୍ଭ

ସୋମବାର ଭୁବନେଶ୍ବରରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ସେବା ଏବଂ ରାଜ୍ୟରେ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର ଭ୍ୟାନକୁ ଲୋକାର୍ପଣ କରିଥିଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ।

ଯେଉଁ ଅଞ୍ଚଳରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିରର ଆୟୋଜନ କରାଯାଇପାରୁନାହିଁ ସେହି ସ୍ଥାନରେ ଏହି ବ୍ୟବସ୍ଥା ପହଞ୍ଚିବ । ରକ୍ତଦାତାଙ୍କ ସୁବିଧା, ନିରାପଦ ରକ୍ତ ସଂଗ୍ରହ, ସଂଗୃହୀତ ରକ୍ତର ସ୍ଥାନାନ୍ତରଣ ଓ ଦୁର୍ଗମ ଅଞ୍ଚଳରେ ସ୍ବେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ଭ୍ୟାନ ସେବା ଆରମ୍ଭ ହୋଇଛି । ମଙ୍ଗଳବାର ଏହାକୁ ସ୍ବାସ୍ଥ୍ୟମନ୍ତ୍ରୀ ଲୋକାର୍ପିତ କରିଛନ୍ତି ।

ଏହାସହ ମୁଖ୍ୟମନ୍ତ୍ରୀଙ୍କ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର ମଧ୍ୟ ଆରମ୍ଭ ହୋଇଛି । ମଙ୍ଗଳବାର 3ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ଏବଂ 4ଟି ସୁନେତ୍ର ଭ୍ୟାନ ଲୋକାର୍ପିତ ହୋଇଛି ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ କହିଛନ୍ତି ।

ସୂଚନା ଥାଉ କି, ରାଜ୍ୟରେ 56ଟି ରକ୍ତ ଭଣ୍ଡାର ସହିତ ଗୋଟିଏ କେନ୍ଦ୍ରୀୟ ରେଡକ୍ରସ୍ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ରହିଛି । 2018 ମସିହାରେ ସଂଗୃହୀତ ସମୁଦାୟ 4 ଲକ୍ଷ 55 ହଜାର 60 ୟୁନିଟ ମଧ୍ୟରୁ 2 ଲକ୍ଷ 92 ହଜାର 171 ୟୁନିଟ ରକ୍ତ ସ୍ବେଚ୍ଛାକୃତ ଭାବେ ସଂଗ୍ରହ ହୋଇଥିଲା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ବ୍ଲଡ଼ ଟ୍ରାନ୍ସଫିଉଜନ ଭ୍ୟାନ ଅନ ହୁଇଲସ।

Body:ବ୍ଲଡ଼ ଅନ ହୁଇଲସ।ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର।କଥାରେ ଅଛି ରକ୍ତ ଦାନ ମହାପୁଣ୍ୟ।ରାଜ୍ୟରେ ବିଶୁଦ୍ଧ ରକ୍ତର ଆବଶ୍ୟକତା ପୂରଣ କରିବା ନିମନ୍ତେ ଆରମ୍ଭ ହେଲା ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ସେବା।ମଙ୍ଗଳବାର ଭୁବନେଶ୍ୱରରେ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ସେବା ଏବଂ ରାଜ୍ୟରେ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର ଭ୍ୟାନକୁ ଲୋକାର୍ପଣ କରିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।ଯେଉଁ ଅଞ୍ଚଳରେ ଉପଯୁକ୍ତ ଭିତ୍ତିଭୂମି ର ଅଭାବ ପାଇଁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ର ଆୟୋଜନ କରାଯାଇ ପାରୁନାହିଁ ,ସେଇ ସ୍ଥାନ ଗୁଡିକରେ ରକ୍ତଦାତାଙ୍କ ସୁବିଧା ,ନିରାପଦ ରକ୍ତ ସଂଗ୍ରହ ,ସଂଗୃହୀତ ରକ୍ତର ସ୍ଥାନାନ୍ତିକରଣ ଏବଂ ଦୁର୍ଗମ ଅଞ୍ଚଳରେ ସ୍ବେଚ୍ଛାକୃତ ରକ୍ତଦାନଙ୍କୁ ପ୍ରୋତ୍ସାହିତ କରିବା ଲକ୍ଷ ନେଇ ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ସେବା ଆରମ୍ଭ ହେଲା।

ରାଜ୍ୟର ବିଭିନ୍ନ ସ୍ଥାନରେ ରକ୍ତ ସଂଗ୍ରହ ସେବା ନେଇ ରକ୍ତ ସଂଗ୍ରହ ଭ୍ୟାନ ଆଜି ଲୋକାର୍ପିତ ହୋଇଛି।ମୁଖ୍ୟମନ୍ତ୍ରୀଙ୍କ ଚକ୍ଷୁ ଯତ୍ନ କାର୍ଯ୍ୟକ୍ରମ ସୁନେତ୍ର ମଧ୍ୟ ଆରମ୍ଭ ହେଲା।ଆଜି ୩ ଟି ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଭ୍ୟାନ ଏବଂ ୪ଟି ସୁନେତ୍ର ଭ୍ୟାନ ଲୋକାର୍ପିତ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ କହିଛନ୍ତି।

ସୁଚନା ଥାଉ କି ରାଜ୍ୟରେ ୫୬ ଗୋଟି ରକ୍ତ ଭଣ୍ଡାର ସହିତ ଗୋଟିଏ କେନ୍ଦ୍ରୀୟ ରେଡ଼କ୍ରସ ରକ୍ତ ଭଣ୍ଡାର କାର୍ଯ୍ୟକ୍ଷମ ଅଛି।୨୦୧୮ ମସିହାରେ ସଂଗୃହିତ ସମୁଦାୟ ୪,୫୫,୦୬୦ ୟୁନିଟ ମଧ୍ୟରୁ ୨,୯୨,୧୭୧ ୟୁନିଟ ସ୍ବେଚ୍ଛାକୃତ ଭାବେ ସଂଗ୍ରହ ହୋଇଥିଲା।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.