ETV Bharat / city

ଆଜି ଠାରୁ 'ମୋ ସରକାର', ଗୁଡବୁକରେ ସାମିଲ ଭୁବନେଶ୍ବର

author img

By

Published : Oct 2, 2019, 8:56 AM IST

Updated : Oct 2, 2019, 10:34 AM IST

ଆଜି ଠାରୁ 'ମୋ ସରକାର' ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଅଭିଯୋଗକାରୀଙ୍କ ନିକଟରୁ ନିଆଯାଇଥିଲା ମତାମତ । ଯେଉଁଥିରେ ରାଜଧାନୀ ଭୁବନେଶ୍ବରରୁ ପୋଲିସକୁ ନେଇ ଆସିଛି ସକରାତ୍ମକ ପ୍ରତିକ୍ରିୟା ।

ଫାଇଲ ଫଟୋ

ଭୁବନେଶ୍ବର: ଆଜି ଠାରୁ ଲାଗୁ ହେବ 'ମୋ ସରକାର' ଯୋଜନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହିଦନଗର ଥାନା ଓ କ୍ୟାପିଟାଲ ହସ୍ପିଟାଲରୁ ଏହାର ଶୁଭାରମ୍ଭ କରିବେ । ଡାକ୍ତରଖାନା ଏବଂ ଥାନାରୁ ସମସ୍ତ ଅଭିଯୋଗକାରୀଙ୍କ ଅଭିଯୋଗ ଫୋନ ମାଧ୍ୟମରେ ଶୁଣିବେ ମୁଖ୍ୟମନ୍ତ୍ରୀ । ତେବେ ଏହା କାର୍ଯ୍ୟକାରୀ ପୂର୍ବରୁ ଲୋକଙ୍କ ମତାମତ ସଂଗ୍ରହ କରାଯାଇଥିଲା । ପ୍ରାୟ 5ହଜାର ଲୋକଙ୍କ ନିକଟକୁ ଫୋନ କଲ ଯାଇଥିବାବେଳେ ଭୁବନେଶ୍ବରରେ 148 ଜଣଙ୍କ ଅଭିଯୋଗକାରୀଙ୍କୁ ଯାଇଥିଲା କଲ। ଏନେଇ ରାଜଧାନୀ ଭୁବନେଶ୍ବରରୁ ଆସିଛି ଲୋକଙ୍କ ସକରାତ୍ମକ ପ୍ରତିକ୍ରିୟା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

'ମୋ ସରକାର' ଯୋଜନା ପୂର୍ବରୁ ସମସ୍ତ ଥାନାରେ ସ୍ବଚ୍ଛତା ଆଣିବାକୁ ଲାଗୁ ହୋଇଥିଲା ପୋଲିସ ଫୋନ କଲ ସେଣ୍ଟର । ଅଭିଯୋଗକାରୀଙ୍କ ପାଖକୁ ପୋଲିସ ହେଡ କ୍ବାର୍ଟରରୁ ଯାଉଥିଲା ଫୋନ କଲ । ପ୍ରାରମ୍ଭିକ ପର୍ଯ୍ୟାୟରେ ଭୁବନେଶ୍ବରରେ ଅଭିଯୋଗୀଙ୍କ ପାଖକୁ ଯାଇଥିବା ଫୋନରେ ଅଧିକାଂଶ ମତାମତ ପୋଲିସ ସପକ୍ଷରେ ଓ ସନ୍ତୋଷଜନକ ରହିଛି । ତେବେ 148 ଜଣ ଅଭିଯୋଗକାରୀଙ୍କ ନିକଟକୁ ଫୋନ ଯାଇଥିବାବେଳେ 97 ଜଣଙ୍କ ଉତ୍ତର ପୋଲିସ ସେବାରେ ସନ୍ତୁଷ୍ଟ ଥିବା ଦର୍ଶାଯାଇଛି।

ପୋଲିସ କମିଶନରଙ୍କ ଅନୁଯାୟୀ ଏହି ରିପୋର୍ଟ କାର୍ଡରେ 8ଟି ମାପଦଣ୍ଡ ରହିଛି । ଏହି ମାପଦଣ୍ଡକୁ ନେଇ ପୋଲିସର ସେବା ଉପରେ ଲୋକଙ୍କ ମତାମତ ନିଆଯାଇଥିଲା । ଏଭଳି ମତାମତ ପରେ କେବଳ ଆକ୍ସନ ନୁହେଁ ଲୋକଙ୍କ ଅସୁବିଧା ସମାଧାନ ଦିଗରେ ଫୋକସ ଦେବାକୁ ଯୋଜନା ରହିଛି । 21ଟି ଥାନାରେ ଅଭିଯୋଗକାରୀଙ୍କୁ ଷ୍ଟେଟ କଲ ସେଣ୍ଟରରୁ ଏନେଇ ପୋଲିସର ମତାମତ ନିଆଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:Body:

BLANK  FOR LINK

Conclusion:
Last Updated : Oct 2, 2019, 10:34 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.