ETV Bharat / city

କଲ କଲେ ନବୀନ, ଶୁଣିଲେ ଅଭିଯୋଗ

author img

By

Published : Oct 2, 2019, 9:27 PM IST

ଆଜିଠୁ ଆରମ୍ଭ ହୋଇଛି ‘ମୋ ସରକାର’ । ସିଧାସଳଖ ଲୋକଙ୍କ ନିକଟକୁ କଲ କରୁଛନ୍ତି ମୁଖ୍ୟମନ୍ତ୍ରୀ । ଶୁଣୁଛନ୍ତି ଅଭିଯୋଗ । ରାଜ୍ୟର ବିଭିନ୍ନ ଜିଲ୍ଲାର ନଅଟି ସ୍ଥାନକୁ ଫୋନ କରି କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଡିଜାଇନ ଫଟୋ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହୋଇଛି ପ୍ରଶାସନିକ ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ଓ ବ୍ୟାପକ ପରିବର୍ତ୍ତନର ବାର୍ତ୍ତାବହ ହୋଇଥିବା ବହୁ ପ୍ରତୀକ୍ଷିତ ‘ମୋ ସରକାର’ କାର୍ଯ୍ୟକ୍ରମ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ନବୀନ ନିବାସରୁ 9 ଜଣ ଲୋକଙ୍କ ସହ ଫୋନ ଯୋଗେ ସିଧାସଳଖ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଥାନା ଓ ଡାକ୍ତରଖାନାରେ ମିଳୁଥିବା ସେବା ଓ ବ୍ୟବସ୍ଥା ସମ୍ପର୍କରେ ମତାମତ ଲୋଡିଥିଲେ । ମୋ ସରକାର ପୋର୍ଟାଲରୁ ବିକ୍ଷିପ୍ତ ଭାବେ ସଂଗୃହୀତ 9ଟି ନମ୍ବରକୁ ନବୀନ ଫୋନ କରିଥିଲେ ।

ଭିଡ଼ିଓ ସୈଜନ୍ୟ: ବ୍ୟୁରୋ ହେଡ଼, ଭୁବନେଶ୍ବର

ମୁଖ୍ୟମନ୍ତ୍ରୀ ବୁଧବାର ବଲାଙ୍ଗୀର, ସୁନ୍ଦରଗଡ, ମାଲକାନଗିରି, ଯାଜପୁର ଓ ବାରିପଦାର କିଛି ଲୋକଙ୍କ ସହ ସରକାରୀ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ସଂପର୍କରେ କଥା ହୋଇଥିଲା ବେଳେ ନୟାଗଡ ଓ ଭବାନୀପାଟଣା ଲୋକଙ୍କ ସହ ଥାନାରେ ସେମାନଙ୍କୁ ମିଳୁଥିବା ସେବା ସମ୍ପର୍କରେ କଥା ହୋଇଥିଲେ ।

ଆଜିଠାରୁ ରାଜ୍ୟର ସମସ୍ତ ପୋଲିସ ଥାନା, 21ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହିତ କଟକ, ବ୍ରହ୍ମପୁର ଓ ସମ୍ବଲପୁର ମେଡିକାଲ କଲେଜରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଅକ୍ଟୋବର 30 ସୁଦ୍ଧା ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା କାର୍ଯ୍ୟକାରୀ ହେବ । 2020 ମାର୍ଚ୍ଚ 5 ସୁଦ୍ଧା ରାଜ୍ୟର ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

Intro:ମୋ ସରକାର କାର୍ଯ୍ୟକ୍ରମ ଶୁଭାରମ୍ଭ, ପ୍ରଥମ ପର୍ଯ୍ୟାୟରେ୯ ଜଣଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ' ମୋ ସରକାର' କାର୍ଯ୍ୟକ୍ରମ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ମେଡିକାଲ କୁ ଆସୁଥିବା ସମସ୍ତ ରୋଗୀଙ୍କ ନମ୍ବର ପଞ୍ଜିକୃତ କରାଯିବ। ଏହି ପଞ୍ଜିକୃତ ହୋଇଥିବା ନମ୍ବରକୁ ମୋ ସରକାର ୱେବସାଇଟ ରୁ ଆସିବ ଏସ ଏମ ଏସ। ଟୋଲ ଫ୍ରି ନମ୍ବର ୧୪୫୪୫କୁ କଲ କରି କରିହେବ ପଞ୍ଜିକୃତ।

Body:
ମୋ ସରକାର ଶୁଭାରମ୍ଭ ସହ ମୁଖ୍ୟମନ୍ତ୍ରୀ ନିଜେ ୯ ଜଣଙ୍କ ସହ କଥା ହେଇଛନ୍ତି ବୋଲି କହିଛନ୍ତି। ସମସ୍ତଙ୍କ ଉତ୍ତର ଅତି ସନ୍ତୋଷଜନକ ରହିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ମୋ ସରକାର କୁ ନେଇ ସ୍ୱାସ୍ଥ୍ୟ ସଚିବ ପ୍ରମୋଦ ମେହେର୍ଦ୍ଦା କହିଛନ୍ତି ଯେ କଲ ସେଣ୍ଟର ଜରିଆରେ ସ୍ୱାସ୍ଥ୍ୟ ସେବା ନେଇ ମତାମତ ମଗାଯିବ। ମତାମତ ଅନୁକୁଳ ହେଲେ ଡାକ୍ତର ଖାନାରେ ଥିବା କର୍ମଚାରୀଙ୍କୁ ପୁରସ୍କାର ସହ ପଦୋନ୍ନତି କରାଯିବ। ମତାମତ ପ୍ରତିକୂଳ ହେଲେ କର୍ମଚାରୀଙ୍କ ସମ୍ପର୍କରେ ତଦନ୍ତ କରାଯିବ। ଅଭିଯୋଗ ସତ୍ୟ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କତାଜୀବ।
ପ୍ରଥମ ପର୍ଯ୍ୟାୟରେ 21 ଟି ଜିଲ୍ଲାର ମେଡିକାଲ ରୁ ମତାମତ ନିଆଯିବ। ପରବର୍ଥୀ ସମୟରେ ଅନ୍ୟ ସମସ୍ତ ଜିଲ୍ଲା ଗୁଡିକ ଠାରୁ ମତାମତ ନିଯାଇବା ।
Byte- ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ
Byte- ପ୍ରମୋଦ ମେହେର୍ଦ୍ଦା, ସ୍ୱାସ୍ଥ୍ୟ ସଚିବ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.