ETV Bharat / city

‘ମୋ ସରକାର’ କେଁ: ମୁଖ୍ୟମନ୍ତ୍ରୀଙ୍କୁ ବିରୋଧୀଙ୍କ ପ୍ରଶ୍ନବାଣ - ବିଜେପିର ପ୍ରଶ୍ନ

‘ମୋ ସରକାର’ ଯୋଜନା ପରିପ୍ରେକ୍ଷୀରେ ରାଜ୍ୟର ତିନି ପଛୁଆ ଜିଲ୍ଲାକୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ପରେ ବିଜେପି ମୁଖ୍ୟମନ୍ତ୍ରୀଙ୍କୁ ଜୋରଦାର ଟାର୍ଗେଟ କରିଛନ୍ତି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 14, 2019, 11:49 PM IST

ଭୁବନେଶ୍ବର: ମୋ ସରକାର ଯୋଜନା ପରିପ୍ରେକ୍ଷୀରେ ରାଜ୍ୟର ତିନି ପଛୁଆ ଜିଲ୍ଲା ମାଲକାନଗିରି, ନବରଙ୍ଗପୁର ଏବଂ କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ସ୍ଥାନୀୟ ସମସ୍ୟା ସମାଧାନରେ ସହାୟକ ହେବନାହିଁ । ବରଂ ଏହା କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ବିରୋଧୀ ମାନେ ଟାର୍ଗେଟ କରିଛନ୍ତି ।

ଘୋଷଣା ପରେ ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି ଓ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ମିଳିତ ପ୍ରେସ୍ ବିବୃତ୍ତିରେ ଏହା କହିଛନ୍ତି । ବିଜେପିର ଏହି ତିନି ତୁଙ୍ଗ ନେତା କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ଗତ ବିଧାନସଭାରେ କୋରାପୁଟ ଜିଲ୍ଲାରେ ୧୧୨ , ନବରଙ୍ଗପୁରରେ ୯୯ ଏବଂ ମାଲକାନଗିରିରେ ୬୪ ଡାକ୍ତର ପଦବୀ ଖାଲିଥିବା ଲିଖିତ ଉତ୍ତର ଦେଇଥିଲେ ।

ବିନା ଡାକ୍ତରରେ ନବୀନ ବାବୁ କି ରୋଗୀସେବା କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କୋରାପୁଟ ମେଡିକାଲ କଲେଜରେ ଥିବା ମୋଟ ୧୫ଟି ଆଇସିୟୁ ବେଡ ମଧ୍ୟରୁ ମେଡିସିନ, ସର୍ଜରୀ ଓ ପେଡିଆଟ୍ରିକ ବିଭାଗକୁ ମାତ୍ର ୫ଟି ଲେଖା ଦିଆଯିବା ସମୁଦ୍ରକୁ ଶଙ୍ଖେ ।

ଏହି ମେଡିକାଲ କଲେଜରେ ମେଡିସିନ ବିଭାଗର ପ୍ରଫେସର ଓ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଅଛି ନା ନାହିଁ ବୋଲି ଏହି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି ? କୋରାପୁଟ ମେଡିକାଲ କଲେଜରେ କାଜୁଆଲିଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ବୋଧହୁଏ ଅବଗତ ନାହାଁନ୍ତି ।

୩୦ଟି ଫାର୍ମାସିଷ୍ଟ ପଦବୀ ମଧ୍ୟରେ ମାତ୍ର ୪ଟି ପୂରଣ ହୋଇଛି । ଏଥିରେ କି ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯାଉଛି ବୋଲି ଏହି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ରୋଗୀ କଲ୍ୟାଣ ସମିତିକୁ ଅର୍ଥ ଦେଇ ରୋଗୀ ସେବା କରିବାକୁ ଚାହୁଁଛନ୍ତି ତା ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ବୀକାର କରୁଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଏହି ତିନୋଟି ଜିଲ୍ଲା ରାଜ୍ୟରେ ଗର୍ଭବତୀ ମାଆ ଓ ନବଜାତକ ମୃତ୍ୟୁ ହାରରେ ଖରାପ ସ୍ଥାନରେ ଅଛନ୍ତି ବୋଲି ସରକାରୀ ତଥ୍ୟ କହୁଛି । ୨୦ ବର୍ଷରେ ଏହି ଜିଲ୍ଲାର ସ୍ବାସ୍ଥ୍ୟସେବା କାହିଁକି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ରାଜ୍ୟବାସୀଙ୍କୁ କୈଫୟତ ଦରକାର ବୋଲି ବିଜେପି ନେତା ମାନେ କହିଛନ୍ତି।

ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ବର ସମୟରେ ଉପାନ୍ତ ଅଞ୍ଚଳ ମାନଙ୍କରେ ଡାକ୍ତର ନଥିଲେ । ଏବେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରତିକାତ୍ମକ ଭେଳିକି ନ ଦେଖାଇ ଏହି ଜିଲ୍ଲାବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବାର ଠୋସ ପଦକ୍ଷେପ ନେବା ପାଇଁ ଏହି ନେତାମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ମୋ ସରକାର ଯୋଜନା ପରିପ୍ରେକ୍ଷୀରେ ରାଜ୍ୟର ତିନି ପଛୁଆ ଜିଲ୍ଲା ମାଲକାନଗିରି , ନବରଙ୍ଗପୁର ଏବଂ କୋରାପୁଟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା ସ୍ଥାନୀୟ ସମସ୍ୟା ସମଧାନରେ ସହାୟକ ହେବନାହିଁ ବରଂ ଏହା କେବଳ ଲୋକଦେଖାଣିଆ ପଦକ୍ଷେପ ବୋଲି ମାଲକାନଗିରି ବିଧାୟକ ଆଦିତ୍ୟ ମାଢି , ନବରଙ୍ଗପୁରର ପୂର୍ବତନ ସାଂସଦ ବଳଭଦ୍ର ମାଝି ଓ କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗି ଏକ ମିଳିତ ପ୍ରେସ୍ ବିବୃତିରେ କହିଛନ୍ତି । ବିଜେପିର ଏହି ତିନି ତୁଙ୍ଗ ନେତା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଗତ ବିଧାନସଭାରେ କୋରାପୁଟ ଜିଲ୍ଲାରେ ୧୧୨ , ନବରଙ୍ଗପୁରରେ ୯୯ ଏବଂ ମାଲକାନଗିରିରେ ୬୪ ଡାକ୍ତର ପଦବୀ ଖାଲିଥିବା ଲିଖିତ ଉତର ଦେଇଥିଲେ । ବିନା ଡାକ୍ତରରେ ନବୀନ ବାବୁ କି ରୋଗୀସେବା କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । କୋରାପୁଟ ମେଡିକାଲ କଲେଜରେ ଥିବା ମୋଟ ୧୫ଟି ଆଇସିୟୁ ବେଡ ମଧ୍ୟରୁ ମେଡିସିନ, ସର୍ଜରୀ ଓ ପେଡିଆଟ୍ରିକ ବିଭାଗକୁ ମାତ୍ର ୫ଟି ଲେଖା ଦିଆ ଯିବା ସମୁଦ୍ରକୁ ଶଙ୍ଖେ । ଏହି ମେଡିକାଲ କଲେଜରେ ମେଡିସିନ ବିଭାଗର ପ୍ରଫେସର ଓ ଆସିଷ୍ଟାଂଟ ପ୍ରଫେସର ପଦବୀ ଖାଲି ଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣା ଅଛି ନା ନାହିଁ ବୋଲି ଏହି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି । କୋରାପୁଟ ମେଡିକାଲ କଲେଜରେ କାଜୁଆଲିଟି ଏ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ମୁଖ୍ୟମନ୍ତ୍ରୀ ବୋଧହୁଏ ଅବଗତ ନାହାନ୍ତି । ୩୦ଟି ଫାର୍ମାସିଷ୍ଟ ପଦବୀ ମଧ୍ୟରେ ମାତ୍ର ୪ଟି ପୂରଣ ହୋଇଛି । ଏଥିରେ କି ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଉଛି ବୋଲି ଏହି ବିଜେପି ନେତା ମାନେ ପ୍ରଶ୍ନ କରିଛନ୍ତି । ଯଦି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ରୋଗୀ କଲ୍ୟାଣ ସମିତିକୁ ଅର୍ଥ ଦେଇ ରୋଗୀ ସେବା କରିବାକୁ ଚାହୁଁଛନ୍ତି ତା ହେଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅର୍ଥ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ୱୀକାର କରୁଛନ୍ତି କି ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏହି ତିନୋଟି ଯାକ ଜିଲ୍ଲା ରାଜ୍ୟରେ ଗର୍ଭବତୀ ମା ଓ ନବଜାତକ ମୃତ୍ୟୁ ହାରରେ ଖରାପ ସ୍ଥାନରେ ଅଛନ୍ତି ବୋଲି ସରକାରୀ ତଥ୍ୟ କହୁଛି । ୨୦ ବର୍ଷରେ ଏହି ଜିଲ୍ଲାର ସ୍ୱାସ୍ଥ୍ୟ ସେବା କାହିଁକି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ରାଜ୍ୟବାସୀଙ୍କୁ କୈଫିୟତ ଦରକାର ବୋଲି ବିଜେପି ନେତା ମାନେ କହିଛନ୍ତି । ମାଲକାନଗିରି ଜିଲ୍ଲାରେ ଜାପାନୀ ଜ୍ୱର ସମୟରେ ଉପାନ୍ତ ଅଂଚଳ ମାନଙ୍କରେ ଡାକ୍ତର ନଥିଲେ । ଏବେ ବି ସ୍ଥିତି ଯଥା ପୂର୍ବଂ ତଥା ପରଂ । ଏପରି ପରିସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରତୀକାତ୍ମକ ଭେଳିକି ନ ଦେଖାଇ ଏହି ଜିଲ୍ଲାବାସୀଙ୍କ ପାଇଁ ସ୍ୱାସ୍ଥ୍ୟସେବାର ଠୋସ ପଦକ୍ଷେପ ନେବା ପାଇଁ ଏହି ନେତା ମାନେ ଦାବି କରିଛନ୍ତି ।Body:KConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.