ETV Bharat / city

ଲାଗୁହେଲା ‘ମୋ ସରକାର’, ପୁରୁଣା କେସକୁ ଗୁଲିମାର

author img

By

Published : Oct 11, 2019, 11:53 PM IST

ଅଭିଯୋଗ ପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ପୋଲିସ । ବାରମ୍ବାର ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି ଅଭିଯୋଗକାରୀ । ଶେଷରେ ସ୍ଥାନୀୟ ପୋଲିସର ଅଧିକାରୀଙ୍କ ବିରୋଧରେ ଏପରି ଅଭିଯୋଗ ନେଇ ଡ଼ିଜି କ୍ୟାମ୍ପରେ ପହଁଚିଛନ୍ତି ଅଭିଯୋଗକାରୀ ।

ଫାଇଲ ଫଟୋ

ଭୁବନେଶ୍ବର: ଶୁଣୁନାହାନ୍ତି ଅଫିସର । ଦୌଡି ଦୌଡି ଅଭିଯୋଗକାରୀ ନୟାନ୍ତ । ପୁରୁଣା କେସକୁ ଦେଉନାହାଁନ୍ତି ଗୁରୁତ୍ବ । ଏଭଳି ସାଙ୍ଘାତିକ ଅଭିଯୋଗ ପହଞ୍ଚିଛି ପୋଲିସ ମୁଖିଆଙ୍କ ପାଖରେ । ଅଭିଯୋଗ ନେଇ ଡିଜି କ୍ୟାମ୍ପ ଅଫିସରେ ଭେଟିଛନ୍ତି ଅଭିଯୋଗକାରୀ । ମୋ ସରକାର ଯୋଜନାକୁ ହୋଇଛି ବଡ଼ ଚ୍ୟାଲେଞ୍ଜ । କାରଣ ମୋ ସରକାର ପୁର୍ବରୁ କେସକୁ ମିଳୁନି ଗୁରୁତ୍ବ ।

ଲାଗୁହେଲା ମୋ ସରକାର,ପୁରୁଣା କେସକୁ ଗୁଲିମାର

ଏଯାଏଁ ଅଭିଯୋଗ କାରି ଦୌଡି ଦୌଡି ନୟାନ୍ତ ହେଉଥିବା କେସକୁ ଦେଖି ମଧ୍ୟ ପୋଲିସ ବାବୁ ଦେଉ ନାହାଁନ୍ତି ଗୁରୁତ୍ବ । ଏପରିକି ଏସପି ଅଫିସଠୁ ଆରମ୍ଭ କରି ଡିଆଇଜି ଅଫିସ ଦୌଡିଥିଲେ ମଧ୍ୟ କିଛି ଫଳ ନମିଳିବାରୁ ସିଧା ପହଁଚିଥିଲେ ଡିଜି କ୍ୟାମ୍ପ ଅଫିସରେ । ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ ପୋଲିସ ଡିଜିଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି ।

ଯେଉଁଥିରେ ଗଞ୍ଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳୀର ଅନେକ ଅଭିଯୋଗକୁ ଗୁରୁତ୍ବ ଦେଉନାହାନ୍ତି ସ୍ଥାନୀୟ ପୋଲିସ ଅଫିସର । ଏପରିକି ମର୍ଡର କେସରେ ସମ୍ପୃକ୍ତ କିଛି ଅପରାଧି ଖୁଲମଖୁଲା ଧମକ ଦେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରୁନି ପୋଲିସ । ଏପରିକି ଜଣେ ମହିଳାଙ୍କ ଘର ସାମ୍ନାରେ ବୋମା ଫିଙ୍ଗି ଦୁର୍ବୁତ୍ତ ଫେରାର ଥିବା ବେଳେ ପୋଲିସ କୌଣସି କାର୍ଯାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ଏପରି ୧୫ରୁ ଉର୍ଦ୍ଧ ଅଭିଯୋଗ ନେଇ ପୋଲିସ ମୁଖାଳୟରେ ପହଞ୍ଚିଥିଲେ ବିଜେପି ନେତା ଭୃଗୁ ବକ୍ସିପାତ୍ର ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ଲାଗୁହେଲା ମୋ ସରକାର,ପୁରୁଣା କେସକୁ ଗୁଲିମାରBody:

ଶୁଣୁନାହାନ୍ତି ଅଫିସର।ଦୌଡି ଦୌଡି ଅଭିଯୋଗକାରି ନୟାନ୍ତ।ପୁରୁଣା କେସକୁ ନାହିଁ ଗୁରୁତ୍ବ। ଏଭଳି ସାଙ୍ଘାତିକ ଅଭିଯୋଗ ପହଂଚିଛି ପୋଲିସ ମୁଖିଆଙ୍କ ପାଖରେ।
ଏନେଇ ଡିଜିଙ୍କ କ୍ଯାମ୍ପ ଅଫିସରେ ଅଭିଯୋଗ ନେଇ ଭେଟିଛନ୍ତି ଅଭିଯୋଗକାରିଙ୍କ ପରିବାର।ଯାହାକୁ ନେଇ ମୋ ସରକାର ଯୋଜନାକୁ ହୋଇଛି ଚ୍ଯାଲେଂଜ।କାରଣ ମୋ ସରକାର ପୁର୍ବରୁ କେସକୁ ମିଳୁନି ଗୁରୁତ୍ବ।ଏଯାଏ ଅଭିଯୋଗ କାରି ଦୌଡି ଦୌଡି ନୟାନ୍ତ ହେଉଥିବା କେସକୁ ଦେଖି ପୋଲିସ ବାବୁଙ୍କ ସତେ ଯେପରି ଗୁଲିମାର।ଏପରିକି ଏସପି ଅଫିସଠୁ ଆରମ୍ଭ କରି ଡିଆଇଜି ଅଫିସ ଦୌଡିଥିଲେ ମଧ୍ଯ କିଛି ଫଳ ନମିଳିବାରୁ ପହଂଚିଥିଲେ ସିଧା ଡିଜି କ୍ଯାମ୍ପ ଅଫିସରେ ।ବିଜେପି ନେତା ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ ପୋଲିସ ଡିଜିଙ୍କୁ ଭେଟି ଅଭିଯୋଗ ଜଣାଇଛନ୍ତି।ଯେଉଁଥିରେ ଗଂଜାମ ଜିଲ୍ଲା ଚିକିଟି ନିର୍ବାଚନ ମଣ୍ଡଳିର ଅନେକ ଅଭିଯୋଗ କୁ ଗୁରୁତ୍ବ ଦେଉନାହାନ୍ତି ସ୍ଥାନିୟ ପୋଲିସ ଅଫିସର।ଏପରିକି ମର୍ଡର କେସରେ ସମ୍ପୃକ୍ତ କିଛି ଅପରାଧି ଖୁଲମଖୁଲା ଧମକ ଦେଉଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରୁନି।ଆଉ ରାହାକୁ ଗାଁରୁ ବାସନ୍ଦ କରାଯାଇଥିବା ବେଳେ ପୋଲିସ କାର୍ଯାନୁଷ୍ଠାନ ନେଉନି। ଏପରିକି ଜଣେ ମହିଳା ତାଙ୍କ ଘର ସାମ୍ନାରେ ବୋମା ଫିଙ୍ଗି ଦୁର୍ବୁତ ଫେରାର ଥିବା ବେଳେ ପୋଲିସ କୌଣସି କାର୍ଯାନୁଷ୍ଠାନ ନେଉନି ଏପରି ୧୫ରୁ ଉର୍ଧ ଅଭିଯୋଗ ନେଇ ପୋଲିସ ମୁଖାଳୟରେ ପହଂଚିଥିଲେ ସ୍ଥାନିୟ ବିଜେପିର ବିଧାୟକ ପ୍ରାର୍ଥି ଓ ଭୃଗୁବକ୍ସିପାତ୍ର।।

Conclusion:ବାଇଟ-ଭୃଗୁ ବକ୍ସିପାତ୍ର,ବିଜେପି ନେତା
ବାଇଟ-ଗଣେଷ ପ୍ରଧାନ,ଅଭିଯୋଗକାରି
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.