ETV Bharat / city

ଆସନ୍ତା 19ରୁ ଗଡିବ ମୋ ବସ

ଦୀର୍ଘ ଅଢେଇ ମାସର ବ୍ୟବଧାନ ପରେ ଆସନ୍ତା ୧୯ ରୁ ଗଡିବ ମୋ ବସ । ଅଧିକ ପଢନ୍ତୁ...

19 ରୁ ଗଡିବ ମୋ ବସ
19 ରୁ ଗଡିବ ମୋ ବସ
author img

By

Published : Jul 15, 2021, 10:14 PM IST

ଭୁବନେଶ୍ବର: ଆସନ୍ତା ୧୯ ରୁ ଗଡିବ ମୋ ବସ । ଦୀର୍ଘ ଅଢେଇ ମାସର ବ୍ୟବଧାନ ପରେ ପୁଣି ସ୍ବାଭାବିକ ହେବ ମୋ ବସ ସେବା । ଲକଡାଉନ କାରଣରୁ ମୋ ବସକୁ ବନ୍ଦ ରଖିଥିଲା କୃଟ ।

ତେବେ 17 ତାରିଖରୁ ଉପକୂଳ ଜିଲ୍ଲାଗୁଡିକରେ ଆଂଶିକ ଲକଡାଉନ କୋହଳ ହେବାରୁ 19 ତାରିଖରୁ ମୋ ବସ ସ୍ୱାଭାବିକ ଚଳାଚଳ କରିବା ନେଇ କୃଟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଲକଡାଉନ ସମୟରେ ସଟଲ ସେବା ଜାରି ରହିଛି । ରେଲୱେ ଷ୍ଟେସନ ଓ ବିମାନ ବନ୍ଦରରୁ ଯାତ୍ରୀଙ୍କୁ ନେବା ଆଣିବାରେ ମୋ ବସ ସଟଲ ସେବା ଜାରି ରହିଛି ।

କୃଟ ପକ୍ଷରୁ ଭୁବନେଶ୍ୱର, ପୁରୀ, କଟକ ଓ ଖୋର୍ଦ୍ଧାକୁ ମୋ ବସ ଦୈନିକ ଗମନାଗମନ କରିଥାଏ । ପାଖାପାଖି ୨୦୦ ମୋ ବସ୍ ଚଳାଚଳ କରୁଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.