ETV Bharat / city

ଆସନ୍ତାକାଲିଠୁ ଗଡିବ ‘ମୋ ବସ୍’ - ମୋ ବସ୍

ସ୍ମାର୍ଟସିଟି ଭୁବନେଶ୍ବରରେ କାଲିଠୁ ଗଡିବ ମୋ ବସ। 8ଟି ରୁଟରେ ସକାଳ 7 ଟା ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଗଡିବ ମୋ ବସ।

mo bus service
ଆସନ୍ତାକାଲିଠୁ ଗଡିବ‘ମୋ ବସ୍’
author img

By

Published : Aug 3, 2020, 6:55 PM IST

ଭୁବନେଶ୍ବର: ସ୍ମାର୍ଟସିଟି ଭୁବନେଶ୍ବରରେ କାଲିଠୁ ଗଡିବ ମୋ ବସ। 8ଟି ରୁଟରେ ସକାଳ 7 ଟା ରୁ ସନ୍ଧ୍ୟା 7ଟା ପର୍ଯ୍ୟନ୍ତ ଗଡିବ ମୋ ବସ। ସପ୍ତାହରେ ଶନିବାର ଓ ରବିବାର ମୋ ବସ ସେବା ବନ୍ଦ ରହିବ। ଏନେଇ ସୋମବାର କର୍ତ୍ତୃପକ୍ଷକୁ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି।

mo bus service
ଆସନ୍ତାକାଲିଠୁ ଗଡିବ‘ମୋ ବସ୍’

ସ୍ମାର୍ଟସିଟିର ଲାଇଫ ଲାଇନ କୁହାଯାଉଥିବା ମୋ ବସ ସେବା 4 ଅଗଷ୍ଟ ମଙ୍ଗଳବାରଠାରୁ ଭୁବନେଶ୍ବରର ବିଭିନ୍ନ 8ଟି ରୁଟରେ ଗଡିବ। ରୁଟ ନମ୍ବର- ୧୧,୧୬,୧୮,୨୦,୨୩,୨୫,୨୭ ଓ ୩୩ ରେ ଗଡିବ ବସ। ଶନିବାର ରବିବାର ଲକ ଡାଉନ କଟକଣା ଥିବାରୁ ଏହି ସେବା ବନ୍ଦ ରହିବ। ଯାତ୍ରୀମାନେ ବସରେ ଯାତ୍ରା କଲା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ, ସାମାଜିକ ଦୂରତ୍ବ ବଜାୟ ରଖିବେ।

ଏହି ନିୟମ କଡାକଡି ଭାବେ ପାଳନ କରାଯିବ। ଭୁବନେଶ୍ବରରେ ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ଖୋର୍ଦ୍ଧା ଜିଲ୍ଲାରେ ଲକ ଡାଉନ କଟକଣା ଜାରି କରିଥିଲେ, ତେଣୁ ମୋ ବସ ସେବା ମଧ୍ୟ ବନ୍ଦ ରହିଥିଲା।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.