ଭୁବନେଶ୍ବର: ୧୭ ଟି ରୁଟରେ ଗଡ଼ିଲା ମୋ ବସ । କୋରୋନା ମହାମାରୀ ନେଇ ଦୀର୍ଘ ଦିନ ବ୍ୟବଧାନ ପରେ ଧୀରେ ଧୀରେ ମୋ ବସ ସେବା ତ୍ବରାନିତ ହେବାର ଲାଗିଛି । ସୋମବାର ଠାରୁ ୧୭ ଟି ରୁଟରେ ମୋ ବସ ଚଳାଚଳ ଆରମ୍ଭ ହୋଇଛି ।

ତେବେ ମୋ ବସରେ ଯାତ୍ରା କରିବାକୁ ହେଲେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କୃଟ ଜେନେରାଲ ମ୍ୟାନେଜର ଚନ୍ଦନ ମିଶ୍ରଙ୍କ ସୂଚନା ଅନୁସାରେ, ଏବେ ୧୭ ଟି ରୁଟରେ ୧୦୯ ଟି ମୋ ବସ ଚଳାଚଳ କରୁଛି । ୨୦ ରୁ ୪୦ ମିନିଟ ବ୍ୟବଧାନରେ ପ୍ରତି ଗାଡି ଚଳାଚଳ କରୁଛି ।

ରୁଟ ନଂ ୫୦ ଓ ରୁଟ ନଂ ୭୦ ପୁରୀ ଓ କୋଣାର୍କକୁ ୬ ଥର ମୋ ବସ ଚଳାଚଳ କରିବ । ତେବେ ଯାତ୍ରୀମାନେ ଅଧିକ ମୋ ବସ ଓ କମ ବ୍ୟବଧାନରେ ଚଳାଚଳ କରିବା ପାଇଁ ଦାବି କରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ