ଭୁବନେଶ୍ବର: ଚାଲୁ ରହିବ ‘ମୋ ବସ୍’ ସେବା । ଆସନ୍ତାକାଲି(ବୁଧବାର) ଭାରତ ବନ୍ଦ ଡାକରା ଦିଆଯାଇଥିଲେ ମଧ୍ୟ ‘ମୋ ବସ୍’ ସେବା ପୂର୍ବ ଭଳି ଚାଲୁ ରହିବ। ଏଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି କୃଟ କତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି।
ସ୍ମାର୍ଟସିଟିର ଲାଇଫ ଲାଇନ କୁହାଯାଉଥିବା 'ମୋ ବସ' ସେବା ଭାରତ ବନ୍ଦ ମଧ୍ୟ ଦିନ ଚାଲୁ ରହିବ। ଜନସାଧାରଣଙ୍କ ଗମନାଗମନ ପାଇଁ କୌଣସି ଅସୁବିଧା ହେବ ନାହିଁ କି ‘ମୋ ବସ୍’ର ପରିଚାଳନାରେ କୌଣସି ପରିବର୍ତ୍ତନ କରାଯାଇନାହିଁ।
ମିଳିଥିବା ସୂଚନା ଅନୁଯାୟୀ ଜନସାଧାରଣଙ୍କ ସୁବିଧା ପାଇଁ ‘ମୋ ବସ୍’ ସେବା ବ୍ୟାହତ ହେବାର କୌଣସି ସୂଚନା ନାହିଁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ବିଭିନ୍ନ ରୁଟରେ ଚାଲୁଥିବା ବସ ଗୁଡିକ ପୂର୍ବଭଳି ସ୍ବଭାବିକ ଭାବେ ଚାଲିବ।
ସୂଚନାଯୋଗ୍ୟ, ଆସନ୍ତାକାଲି(ବୁଧବାର) ବିଭିନ୍ନ କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ, ବାମ ଦଳ କେନ୍ଦ୍ର ସରକାର ଚାଷୀ ମାରଣ ନୀତି, ଅର୍ଥନୈତିକ ଅସ୍ଥିରତା, ସାମ୍ବିଧାନିକ ସଙ୍କଟ, ଦରଦାମ ବୃଦ୍ଧି ନେଇ ଧର୍ମଘଟ ଡାକରା ଦେଇଛନ୍ତି।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ