ETV Bharat / city

WODC FUND: ବିଧାୟକଙ୍କ ପାଣ୍ଠି ସହ ବାର୍ଷିକ ବଜେଟ ବୃଦ୍ଧି ପାଇଁ ଦାବି - mlas of western odisha demand wodc fund rise

ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ପାଣ୍ଠି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଧାୟକମାନେ ଚିଠି ଲେଖିବା ପ୍ରସଙ୍ଗରେ ଆଜି ପୁଣି ଥରେ ଦାବି କରିଛନ୍ତି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ଅଧିକ ପଢନ୍ତୁ

ବିଧାୟକଙ୍କ ପାଣ୍ଠି ବୃଦ୍ଧି ସହ ବାର୍ଷିକ ବଜେଟ ବୃଦ୍ଧି ପାଇଁ ଦାବି

author img

By

Published : Apr 19, 2022, 8:30 PM IST

ଭୁବନେଶ୍ବର: ପଶ୍ଚିମ ଓଡିଶା ବିକାଶ ପରିଷଦ ପାଇଁ ପାଣ୍ଠି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ବିଧାୟକ ଦଳ ଚିଠି ଲେଖିବା ପ୍ରସଙ୍ଗରେ ଆଜି ପୁଣି ଥରେ ଦାବି କରିଛନ୍ତି ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ର । ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି ଯେଉଁ ପାଣ୍ଠି ସରକାର ଦେଉଛନ୍ତି ତାକୁ ପ୍ରିୟାପ୍ରୀତି ପୋଷଣ କରି ତାଙ୍କ ଦଳୀୟ ପାଣ୍ଠି କରିଦେଉଛନ୍ତି । ଏହା ଏକ ବଡ ସମସ୍ୟା । 37 ଟି ବିଧାନସଭା କ୍ଷେତ୍ରକୁ ଯେଉଁ ପାଣ୍ଠି ମିଳୁଛି ତାହା ସମୁଦ୍ର ଶଙ୍ଖେ । ତେଣୁ ପାଣ୍ଠି ବୃଦ୍ଧି ହେବା ଦରକାର ।

WODC FUND: ବିଧାୟକଙ୍କ ପାଣ୍ଠି ବୃଦ୍ଧି ସହ ବାର୍ଷିକ ବଜେଟ ବୃଦ୍ଧି ପାଇଁ ଦାବି

ଜୟ କହିଛନ୍ତି ବିଧାନସଭା କ୍ଷେତ୍ର ହିସାବରେ ଅନୁଦାନ ସ୍ଥିର ହେବା ଆବଶ୍ୟକ । ଏହା ନହେବା ଦ୍ବାରା ଶାସକ ଦଳ ସେମାନଙ୍କ ପାଣ୍ଠି ଭାବି ବ୍ୟବହାର କରୁଛନ୍ତି । ଯେଉଁ ଲକ୍ଷ୍ୟ ନେଇ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ ହୋଇଥିଲା ଯେ ଅତିରିକ୍ତ ଅର୍ଥ ମିଳିବ ଏବଂ ଅଧିକ ବିକାଶ ହେବ, ସେହି ଲକ୍ଷ୍ୟ ସାଧିତ ହୋଇପାରୁନାହିଁ । ଅନେକ ସମସ୍ୟା ହେଉଛି ।

ତେଣୁ ଏହି ପାଣ୍ଠି ବୃଦ୍ଧି ସହ ଭଲ ଭଲ ପ୍ରକଳ୍ପ କଲେ କେଉଁ କ୍ଷେତ୍ରରେ ପଶ୍ଚିମ ଓଡିଶା ବିକଶିତ ହୋଇନାହିଁ, ଆଉ କଣ ଦରକାର । ସେ ସବୁ ପଦକ୍ଷେପ ନେଲେ ଭଲ ହୁଅନ୍ତା । ଏମଆଇପି, ଲିଫ୍ଟ ପଏଣ୍ଟ ଆଦି ବିକଶିତ ହେବା ଦରକାର । ବଲାଙ୍ଗୀର ଜିଲ୍ଲାରେ ଜଳସେଚନ ମାତ୍ର 3 ପ୍ରତିଶତ, ବରଗଡ ଜିଲ୍ଲା ଶିକ୍ଷା କ୍ଷେତ୍ରରେ ପଛୁଆ । ଏହାବାଦ ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ସମସ୍ୟା ରହିଛି । ଏସବୁ ଉପରେ ଗୁରୁତ୍ବ ଦେବା ପାଇଁ ପାଣ୍ଠି ବୃଦ୍ଧି କରାଯାଉ ବୋଲି ବିଜେପି ବିଧାୟକ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି ବିଧାୟକ ଜୟ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.