ETV Bharat / city

ବିଧାୟକଙ୍କ ଚାଟଶାଳୀରେ ଅରୁଣ ପଢାଇଲେ ପାଠ - ମନ୍ତ୍ରୀଙ୍କ ରାମର୍ଶ

ଅନ୍ତିମ ଦିନରେ ବିଧାୟକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ସରିଛି ଚାଟଶାଳୀର ପାଠପଢା । ଶେଷ ଦିନରେ ରାଜ୍ୟର ସମସ୍ତ ବିଧାୟକ ଓ ବିଧାୟିକାଙ୍କ କ୍କାସ ନେଇଛନ୍ତି କୃଷି ମନ୍ତ୍ରୀ ଅରୁଣ ସାହୁ । ବ୍ଯବହାର, ସମୟାନୁବର୍ତ୍ତିତା ଠାରୁ ଆରମ୍ଭ କରି ଦେଶର ବିକାଶରେ ସହାୟକ ହେବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।

ଡ଼ିଜାଇନ ଫଟୋ
author img

By

Published : Sep 14, 2019, 8:59 PM IST

ଭୁବନେଶ୍ବର: ଦୁଇଦିନିଆ ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଆଜି ଶେଷ ଦିନ । ଅନ୍ତିମ ଦିନରେ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାୟକ ମାନଙ୍କୁ ଟିପସ୍ ଦେଇଛନ୍ତି । ବ୍ୟବହାର ଠାରୁ ବାହ୍ୟ ଜ୍ଞାନ । ଶାସନ ବ୍ୟବସ୍ଥା ଠାରୁ ସମୟାନୁବର୍ତ୍ତିତାର ଶିକ୍ଷା ଦେଇଛନ୍ତି ଅରୁଣ ।

ଭିଡ଼ିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଲୋକପ୍ରତିନିଧି ହିସାବରେ ଜନତାଙ୍କ ସହ କିଭଳି ବ୍ୟବହାର କରିବେ । ଗୃହର ସଦସ୍ୟ ମାନଙ୍କୁ କିଭଳି ସମ୍ମାନ କରିବେ । ସେହିପରି ବିଧାୟକ ମାନେ ବିଧାନସଭାର ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ କିପରି ସାମିଲ ହେବେ ସେନେଇ ମନ୍ତ୍ର ଦେଇଛନ୍ତି ମନ୍ତ୍ରୀ । ଏହି ଅବସରରେ କୃଷି ମନ୍ତ୍ରୀ ବିଧାୟକ ମାନଙ୍କୁ ନିଜର ବ୍ୟବହାର ଠିକ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।

ଦଳର ସ୍ବାର୍ଥରୁ ଉପରକୁ ଯାଇ ସମସ୍ତଙ୍କ ସହ ଭଲ ସଂପର୍କ ରଖିବା । କାହାରି ମାନସିକତାକୁ ଆଘାତ ନଦେବା । ଗୋଟିଏ ନିର୍ଦ୍ଧିଷ୍ଟ ବିଷୟରେ ଗବେଷଣା କରି ନିଜର ଜ୍ଞାନ ବଢାଇବା ସହ ତା ଉପରେ ତର୍ଜମା କରିବାକୁ କହିଛନ୍ତି ମନ୍ତ୍ରୀ । ଏହା ସହ ଦେଶର ବିକାଶକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବାକୁ ବିଧାୟକଙ୍କୁ ପରାମର୍ଶ ଦେଇଛନ୍ତି ସେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଦୁଇଦିନିଆ ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ରେ ଆଜି ଶେଷ ଦିନରେ କୃଷି ମନ୍ତ୍ରୀ ଅରୁଣ ସାହୁ ବିଧାୟକ ମାନଙ୍କୁ ଟିପସ୍ ଦେଇଛନ୍ତି ।ଜନତା ଙ୍କ ପଖରେ କିଭଳି ବ୍ୟବହାର କରିବେ ।ଗୃହର ସଦ ମାନଙ୍କୁ କିଭଳି ସମ୍ମାନ କରିବେ ।ସେହିପରି ବିଧାୟକ ମାନେ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ରେ ସାମିଲ ହେବେ ସେନେଇ ମନ୍ତ୍ର ଦେଇଛନ୍ତି ମନ୍ତ୍ରୀ । Body:ଏହି ଅବସରରେ ମନ୍ତ୍ରୀ ବିଧାୟକ ମାନଙ୍କୁ ,ନିଜର ବ୍ଯବହାର ଠିକ୍ ରଖିବା ପାଇଁ ପରାମର୍ଶ ଦେଇଛନ୍ତି ।ଦଳର ସ୍ବାର୍ଥରୁ ଉପରକୁ ଯାଇ ସମସ୍ତଙ୍କ ସହ ସଂପର୍କ ଭଲ ରଖନ୍ତୁ। କାହାରି ମାନସିକତାକୁ ଆଘାତ ନଦେବା ପାଇଁ କହିଲେ ।ଏହା ସହ ସମୟାନୁବର୍ତ୍ତିତା ହୁଅନ୍ତୁ ।ଗୋଟିଏ ନିର୍ଦିଷ୍ଟ ବିଷୟରେ ଗବେଷଣା କରି ନିଜର ଗ୍ୟାନ ବଢାଇବା ସହ ତା ଉପରେ ତର୍ଜମା କରନ୍ତୁ କରିବା ନେଇ ପରାମର୍ଶ ଦେଇଛନ୍ତି ।Conclusion:ନିଜର କନସାଇନ୍ସ ଉପରେ ଗୁରୁତ୍ବ ଦେଇ କାମ କରନ୍ତୁ। ଦେଶକୁ ସଂଗଠିତ କରିବା ଉପରେ, ଦେଶର ବିକାଶ ପାଇଁ କାମ କରନ୍ତୁ। ନିଜର ମାନସିକତା ଏବଂ ନିଜର ମୋରାଲିଟିକୁ ଗୁରୁତ୍ବ ଦିଅନ୍ତୁ। ସରକାରୀ କର୍ମରାରୀଙ୍କ ସହ ଭଲ ସଂପର୍କ ରଖନ୍ତୁ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.