ଭୁବନେଶ୍ବର: ସମ୍ବିତ ପାତ୍ରଙ୍କୁ ଟାର୍ଗେଟ କଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ଜଗନ୍ନାଥଙ୍କୁ ନେଇ ଯିଏ ରାଜନୀତି କରିବ ସିଏ ଧ୍ବଂସ ହେଇଯିବ। ରାଜ୍ୟ ସରକାର ଯେତେବେଳେ ଶ୍ରୀମନ୍ଦିର ପ୍ରକଳ୍ପ ନାଁ ଖୋଲିଲେ ସେତେବେଳେ ASI କିଛି କହିଲାନି। ସେତେବେଳ ରୋକ ଲଗେଇବାର ଥିଲା। ବିଜେପି ବି ଚୁପ ଥିଲା। ଜଗନ୍ନାଥଙ୍କୁ ନେଇ ବିଜେପି ଓ ବିଜେଡି ରାଜନୀତି କରୁଛନ୍ତି। ସମ୍ବିତ ପାତ୍ର ଡ୍ରାମା କରୁଛନ୍ତି। ଏସବୁ ଡ୍ରାମାକୁ ଲୋକ ଗ୍ରହଣ କରିବେନି।
ସେହିପରି କଂଗ୍ରେସର ବରିଷ୍ଠ ନେତା ଶରତ ରାଉତ କହିଛନ୍ତି ଯେଉଁମାନେ ଜଗନ୍ନାଥଙ୍କୁ ମୁଣ୍ଡରେ ବସାଇ, ହାତରେ ଧରି ଏଭଳି କରନ୍ତି ସେମାନେ ଜୋକର ଭଳି। ରାଜନୀତି ସମସ୍ତେ କରନ୍ତୁ କିନ୍ତୁ ଜଗନ୍ନାଥଙ୍କୁ ନେଇ ରାଜନୀତି କରିବା ଠିକ ନୁହେଁ। କଂଗ୍ରେସ ଧର୍ମକୁ ନେଇ ରାଜନୀତି କରେ ନାହିଁ। ଆମେ ଏହାକୁ ନିନ୍ଦା କରୁଛୁ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ