ETV Bharat / city

ପିସିସି ସଭାପତି ରେସରେ ତାରା ବାହିନୀପତି ! - ବିଧାୟକ ତାରା ପ୍ରସାଦ ବାହିନୀପତି

ଜୋର ଧରିଲା ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ। ଆଉ କାମଚଳା ନୁହେଁ ଏଣିକି ସ୍ଥାୟୀ ସଭାପତି ଦରକାର। ଏଭଳି ଦାବି ବରିଷ୍ଠ ନେତା ଦଳ ଭିତରେ ଉଠାଇଲେଣି । ଅଧିକ ଖବର ପଢନ୍ତୁ...

ପିସିସି ସଭାପତି ଦୌଡରେ ବିଧାୟକ ତାରା ପ୍ରସାଦ ବାହିନୀପତି!

author img

By

Published : Aug 23, 2020, 4:59 PM IST

ଭୁବନେଶ୍ବର: ଜୋର ଧରିଲା ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗ। ଆଉ କାମଚଳା ନୁହେଁ ଏଣିକି ସ୍ଥାୟୀ ସଭାପତି ଦରକାର। ଏଭଳି ଦାବି ବରିଷ୍ଠ ନେତା ଦଳ ଭିତରେ ଉଠାଇଲେଣି । ଏହାରି ଭିତରେ ପିସିସି ସଭାପତି ପରିବର୍ତ୍ତନ ପାଇଁ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ସରକାରୀ ବାସ ଭବନରେ କଂଗ୍ରେସ ନେତାଙ୍କ ମେଳି ଦେଖିବାକୁ ମିଳିଛି ।

ପିସିସି ସଭାପତି ଦୌଡରେ ବିଧାୟକ ତାରା ପ୍ରସାଦ ବାହିନୀପତି!

ତାରା ପ୍ରସାଦ ବାହିନୀପତିଙ୍କୁ ପିସିସି ସଭାପତି କରିବା ପାଇଁ ଗୋଟିଏ ଗୋଷ୍ଠୀ ଏକାଠି ହୋଇଛନ୍ତି । ଦୀର୍ଘ ବର୍ଷେ ହେଲାଣି ପିସିସି ସଭାପତି ଓ କାର୍ଯ୍ୟକାରୀ ସଭାପତି ଅଛନ୍ତି । ବାକି ଜିଲ୍ଲା ଓ ବ୍ଲକ କମିଟି ଗଠନ ହୋଇପାରୁନାହିଁ । ଖାଲି ପଡ଼ିଛି। ପିସିସି ସଭାପତି ପରିବର୍ତ୍ତନ କରିବା ପାଇଁ ଦୀର୍ଘ 8 ମାସ ଧରି ଦାବି ହୋଇଆସୁଛି ।

ପିସିସି ସଭାପତି ଦୌଡ଼ରେ 6 ନେତା ଥିବାବେଳେ ତାରାଙ୍କୁ ସଭାପତି କରିବା ପାଇଁ ଗୋଟିଏ ଗୋଷ୍ଠୀ ଲାଗିପଡିଛନ୍ତି। ସେଥିପାଇଁ ଆଜି ବିଧାୟକଙ୍କ ସରକାରୀ ବାସଭବନରେ ନୂଆଁଖାଇ ବାହାନାରେ ଏକାଠି ହୋଇଛନ୍ତି ବିଧାୟକ ରମେଶ ଜେନା, ମାନସ ଚୌଧୁରୀ, ବାପି ସର୍ଖେଲ, ସଂଗ୍ରାମ ଜେନା ଏବଂ ସତ୍ୟ ନାୟକ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.