ଭୁବନେଶ୍ବର : ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଦିନକୁ ଦିନ ବିବାଦ ତେଜୁଛି । ଉଭୟ ଏଏସଆଇ(ASI)ଏବଂ ରାଜ୍ୟ ସରକାରଙ୍କ ଭୂମିକା ଏବେ ସନ୍ଦେହ ଘେରରେ ରହିଛି । ହାଇକୋର୍ଟ ପୂର୍ବରୁ ଘଟଣା ତର୍ଜମା କରି ଏଏସଆଇକୁ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ଏନେଇ ପ୍ରତିକ୍ରିୟା ରଖିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ବିଜେପି ନେତା ସମ୍ବିତ ପାତ୍ରଙ୍କ ଉପରେ ସୁର ବର୍ଷିଲେ । କହିଲେ ଜଗନ୍ନାଥଙ୍କୁ ନେଇ ଡ୍ରାମା କରୁଛନ୍ତି । ମୁଣ୍ଡରେ ଥୋଇ, ହାତରେ ଧରି ବୁଲି ଡ୍ରାମା କରୁଛନ୍ତି । ଉଭୟ ବିଜେପି ଓ ବିଜେଡି ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି କରୁଛନ୍ତି।
କାହାରି ଆନ୍ତରିକତା ନାହିଁ । ସରକାର ଚାହିଁଲେ ଏହାର ସମାଧାନ ହେବ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଏ ଘଟଣାରେ ରାଜନୀତି କରୁଛନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ