ETV Bharat / city

ନବୀନ ଖାଦ୍ୟପ୍ରେମୀ ଲୋକ, ଖାଇଥିଲେ ଦେଢ ଘଣ୍ଟା: ସୁର

ନବୀନ ଜଣେ ଖାଦ୍ୟପ୍ରେମୀ ଲୋକ । ଚନ୍ଦକାରେ ଆୟୋଜିତ ଏକ ଭୋଜିରେ ଦେଢ ଘଣ୍ଟା ବସି ଖାଇଥିଲେ । ଏପରି ଗୁମର ଫିଟାଇଛନ୍ତି ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ଚନ୍ଦକା ଅଭୟାରଣ୍ୟରେ ଏକ ଭୋଜିର ଆୟୋଜନ ହୋଇଥିଲା । ଅଧିକ ପଢନ୍ତୁ

author img

By

Published : Apr 23, 2022, 10:15 PM IST

Updated : Apr 23, 2022, 10:55 PM IST

ବିଧାୟକ ସୁର ରାଉତରାୟ
ବିଧାୟକ ସୁର ରାଉତରାୟ

ଭୁବନେଶ୍ବର: ନବୀନ ଜଣେ ଖାଦ୍ୟପ୍ରେମୀ ଲୋକ । ଚନ୍ଦକାରେ ଆୟୋଜିତ ଏକ ଭୋଜିରେ ଦେଢ ଘଣ୍ଟା ବସି ଖାଇଥିଲେ । ଏପରି ଗୁମର ଫିଟାଇଛନ୍ତି ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ଚନ୍ଦକା ଅଭୟାରଣ୍ୟରେ ଏକ ଭୋଜିର ଆୟୋଜନ ହୋଇଥିଲା । ସେଠାରେ ଚିଙ୍ଗୁଡି, କଙ୍କଡା ବ୍ୟବସ୍ଥା ହୋଇଥିଲା । ଦେଶୀ ମଟନ ଓ କୁକୁଡା ରନ୍ଧା ହୋଇଥିଲା । ଛେନା, ଫଳମୂଳ ସବୁପ୍ରକାର ଭୋଜନ ହୋଇଥିଲା । ନବୀନ ବାବୁ ଖାଦ୍ୟପ୍ରେମୀ ଲୋକ । ତେଣୁ ସେ ଦେଢ ଘଣ୍ଟା ବସି ଖାଇଥିଲେ । ନବୀନ ବାବୁ ସବୁବେଳେ ମୋ କାର୍ଯ୍ୟକ୍ରମକୁ ଯାଆନ୍ତି । ମୁଁ ଡାକିବି, ସେ ନିଶ୍ଚୟ ଯିବେ । କୋଭିଡ ସରିଗଲାଣି । ଡାକିଲେ ନିଶ୍ଚୟ ଯିବେ । ବଢିଆ ଭୋଜନ ଟେ କରିବା ବୋଲି ସୁର କହିଛନ୍ତି ।

ନବୀନ ଖାଦ୍ୟପ୍ରେମୀ ଲୋକ, ଖାଇଥିଲେ ଦେଢ ଘଣ୍ଟା: ସୁର

ବିଜୁ ବାବୁ ଗାଡିୟାନ, ନବୀନ ସାନ ଭାଇ

ସୁର କହିଛନ୍ତି ବିଜୁ ବାବୁଙ୍କ ଅମଳରୁ ନବୀନ ନିବାସ ଯାଇଛି । ଘରର ଗଳିକନ୍ଦି ଜାଣିଛି । କେଉଁଠି କଣ ଅଛି କହି ଦେବି । ନବୀନ ନିବାସ ଆଗରେ ଥିବା ଜାଗା ସମସ୍ୟା ସମୟରେ ମୁଁ ଥିଲି । ଏହି ଜମି ଝାମେଲା ମୁଁ ସମାଧାନ କରିଛି । ବିଜୁ ବାବୁ ଗାଡିୟାନ, ନବୀନ ସାନ ଭାଇ । ଆମର ସେ ଘରୋଇ ଲୋକ । ରାଜନୀତି ଅଲଗା । ନବୀନ ବାବୁଙ୍କ ସହ ମୋ ସମ୍ପର୍କ ଅଲଗା । ନବୀନ ବାବୁଙ୍କ ସମୟରେ ଶହ ଶହ ଥର ନବୀନ ନିବାସ ଯାଇଛି । ନବୀନ ବାବୁ ସର୍ବତ ଦେଇଛନ୍ତି । ଲୋକଙ୍କ କାମ କରି ଦେଇଛନ୍ତି ବୋଲି ସୁର କହିଛନ୍ତି ।

ଭୁବନଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 23, 2022, 10:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.