ETV Bharat / city

ଚେତାଇ ଦେଲେ ସୁର, ଦଳରେ ରହିବାର ଅଛି ରୁହ ଛାଡିବାର ଅଛି ଛାଡ

ରାଜ୍ୟ କଂଗ୍ରେସରେ କନ୍ଦଳ ଜାରି ରହିଛି । ବିଭିନ୍ନ ସମୟରେ ମୁହାଁମୁହିଁ ହେଉଛନ୍ତି ନେତା । ସେପଟେ ପ୍ରଦୀପ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ଏନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ । ଅଧିକ ପଢନ୍ତୁ...

ଦଳରେ ରହିବାର ଅଛି ରୁହ, ଛାଡିବାର ଅଛି ଛାଡ଼: ସୁର ରାଉତରାୟ

author img

By

Published : Oct 2, 2021, 5:24 PM IST

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ କନ୍ଦଳ ଜାରି ରହିଛି । ବିଭିନ୍ନ ସମୟରେ ମୁହାଁମୁହିଁ ହେଉଛନ୍ତି ନେତା । ଯାହାକୁ ନେଇ କିଛି ଦଳୀୟ କର୍ମୀ ଦିଲ୍ଲୀରେ ଯାଇ ରାହୁଲ ଗାନ୍ଧୀଙ୍କୁ ଭେଟୁଥିବାର ଚର୍ଚ୍ଚା ମଧ୍ୟ ହେଉଛି । ନିକଟରେ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଓ ଭକ୍ତ ଦାସ ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି । ସେପଟେ ପ୍ରଦୀପ ଦଳ ଛାଡିବା ନେଇ ଚର୍ଚ୍ଚା ଜୋର ଧରିଛି । ଏ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ।

ଦଳରେ ରହିବାର ଅଛି ରୁହ, ଛାଡିବାର ଅଛି ଛାଡ଼: ସୁର ରାଉତରାୟ

ବିଧାୟକ କହିଛନ୍ତି ଯେ, ବାରମ୍ବାର ଦିଲ୍ଲୀ ଗସ୍ତ କରି ଅଯଥାରେ ଦଳକୁ ବଦନାମ କରିବା ଛଡା ଆଉ କିଛି ନୁହଁ । ଯଦି ଦଳରେ ରହିବାର ଅଛି ରୁହ । ଆଉ ଯଦି ଦଳ ଛାଡିବାର ଅଛି ଛାଡ଼ । କଂଗ୍ରେସ ଦଳ ମହାସମୁଦ୍ର । କିଏ ରହୁ କି ଯାଉ, କିଛି ଫରକ ପଡିବନି ବୋଲି ସୁରେଶ କହିଛନ୍ତି । ଅନ୍ୟ ପଟେ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ କଂଗ୍ରେସ ନେତାଙ୍କ ମେଳି ନେଇ ପ୍ରତିକ୍ରିୟା ରଖିଛନ୍ତି ସୁରେଶ । ମହମ୍ମଦ ମୋକିମ ଜଣେ ଥିଲା ବାଲା ଲୋକ । ସେ ମଝିରେ ମଝିରେ ଭୋଜି କରନ୍ତି । ନେତାଙ୍କୁ ଡାକନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.