ETV Bharat / city

ସାଂସଦଙ୍କୁ ନଡାକିବା ଠିକ ହୋଇନାହିଁ: ବିଧାୟକ ସୁର

author img

By

Published : Apr 13, 2022, 6:37 PM IST

ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରାନଯିବା ପ୍ରସଙ୍ଗରେ ମୁଁହ ଖୋଲିଲେ କଂଗ୍ରେସ ବିଧାୟକ ତଥା ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ଅନ୍ୟତମ ସଦସ୍ୟ ସୁର ରାଉତରାୟ । ଅଧିକ ପଢନ୍ତୁ

ବିଧାୟକ ସୁର
ବିଧାୟକ ସୁର

ଭୁବନେଶ୍ବର: ରାଜଧାନୀ ପ୍ରତିଷ୍ଠା ଦିବସରେ ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ନିମନ୍ତ୍ରଣ କରାନଯିବା ପ୍ରସଙ୍ଗରେ ମୁଁହ ଖୋଲିଲେ କଂଗ୍ରେସ ବିଧାୟକ ତଥା ରାଜଧାନୀ ପ୍ରତିଷ୍ଠା ଦିବସ କମିଟିର ଅନ୍ୟତମ ସଦସ୍ୟ ସୁର ରାଉତରାୟ । ଭୁବନେଶ୍ବର କାହାର ଜାଗିର ନୁହେଁ । ଏହା ସମସ୍ତଙ୍କର । ଏହାରି ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଲୋଡା ।

ସାଂସଦ ଅପରାଜିତାଙ୍କୁ ନ ଡାକିବା ଠିକ ହୋଇନାହିଁ: ବିଧାୟକ ସୁର

ସରକାର ଜନସାଧାରଣଙ୍କର । ତେଣୁ ଗଣତନ୍ତ୍ରରେ ନିର୍ବାଚିତ ପ୍ରତିନିଧିମାନଙ୍କୁ ନିମନ୍ତ୍ରଣ କରାଯିବା କଥା । ହେଲେ ରାଜ୍ୟ ସରକାର ଏମିତି କରିବା ଠିକ ହେଉନାହିଁ । ଅପରାଜିତାଙ୍କୁ ନିମନ୍ତ୍ରଣ ଦେବାର ଥିଲା । ତାଙ୍କୁ ନଡାକିବା ଠିକ ହୋଇନାହିଁ । ରାଜଧାନୀ କାହାର ପୈତୃକ ସମ୍ପତ୍ତି ନୁହେଁ । ମନ ଭିତରେ ଗଜ ରଖି କି କାମ କରିବା ଉଚିତ ନୁହେଁ । ସରକାର ଭୁଲ କରିଛନ୍ତି ବୋଲି ସୁର କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.