ETV Bharat / city

ପୁଣି ତେଜିଲା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ସରକାର ଜାଣିଶୁଣି ଅବହେଳା କରୁଥିବା ଅଭିଯୋଗ - ହାଇକୋର୍ଟ ବେଞ୍ଚ ପ୍ରସଙ୍ଗରେ ସୁର ରାଉତରାୟ ପ୍ରତିକ୍ରିୟା

ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଉଠିଲା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ । ରାଜ୍ୟ ସରକାର ଜାଣିଶୁଣି ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ...

ପୁଣି ତେଜିଲା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ସରକାର ଜାଣି ଶୁଣି ଅବହେଳା କରୁଥିବା ଅଭିଯୋଗ

author img

By

Published : Aug 13, 2021, 7:56 AM IST

ଭୁବନେଶ୍ବର:ଦୀର୍ଘଦିନ ବ୍ୟବଧାନ ପରେ ପୁଣି ଉଠିଲା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ନେଇ ଦୀର୍ଘଦିନରୁ ଦାବି ହୋଇ ଆସୁଛି । କଣ ପାଇଁ ରାଜ୍ୟ ସରକାର ଶୁଣୁନାହାଁନ୍ତି, ଏମିତି କି କେନ୍ଦ୍ର ସରକାର ମଧ୍ୟ ଚୁପ ବସିଛନ୍ତି । କେଉଁ କାରଣରୁ ବିଳମ୍ବ ହେଉଛି । ରାଜ୍ୟ ସରକାର ଜାଣି ଶୁଣି ଅବହେଳା କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ ।

ପୁଣି ତେଜିଲା ହାଇକୋର୍ଟ ବେଞ୍ଚ ପ୍ରସଙ୍ଗ, ସରକାର ଜାଣି ଶୁଣି ଅବହେଳା କରୁଥିବା ଅଭିଯୋଗ

ପଶ୍ଚିମ ଓଡ଼ିଶାର ଚାଷୀଙ୍କ ପାଇଁ ଆମ ରାଜ୍ୟରେ ଫସଲ, ପନିପରିବା ମିଳୁଛି । ହେଲେ ସରକାର ତାଙ୍କ ସହ ଅନ୍ୟାୟ କରୁଛନ୍ତି । ଲୋକଙ୍କ ଦୀର୍ଘଦିନର ଦାବି ସରକାର ତୁରନ୍ତ ଶୁଣନ୍ତୁ ବୋଲି ସୁର ଦାବି କରିଛନ୍ତି । ତେବେ ଦୀର୍ଘଦିନ ହେବ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଲାଗି ଦାବି କରି ଆସୁଛନ୍ତି ଲୋକେ । ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଭଳି ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନ ଜାରି ରହିଛି । ଓକିଲ ସଙ୍ଘ, ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ ବିଭିନ୍ନ ସମୟରେ ପଶ୍ଚିମ ଓଡିଶା ବନ୍ଦ କରିବା ସହ ଚକା ଜାମ ମଧ୍ୟ କରିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.