ETV Bharat / city

ଡାକିଥିଲା ED, ପହଞ୍ଚିଲେ ନାହିଁ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ - MLA Pradeep Panigrah

EDରେ ହାଜର ହେଲେନି ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ। ଓକିଲ ଜରିଆରେ ପକ୍ଷ ରଖିବା ସହ ଆଗାମୀ ତାରିଖରେ ହାଜର ହେବା ନେଇ ଇଡିକୁ ଦେଲେ ସୂଚନା । ଅଧିକ ପଢନ୍ତୁ...

ଡାକିଥିଲା ED, ପହଞ୍ଚିଲେ ନାହିଁ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ

author img

By

Published : Oct 6, 2021, 9:29 PM IST

ଭୁବନେଶ୍ବର: ବାଧ୍ୟତାମୂଳକ ଅବସରପ୍ରାପ୍ତ ଆଇଏଫଏସ ଅଭୟ ପାଠକଙ୍କ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଝିଅଙ୍କୁ ଆଜି ହାଜର ହେବା ପାଇଁ ସମନ ଜାରି କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ହେଲେ ଇଡିରେ ହାଜର ନହୋଇ ନିଜ ଆଡଭୋକେଟ ଜରିଆରେ ଜବାବ ରଖିଛନ୍ତି ପ୍ରଦୀପ ପାଣିଗ୍ରାହୀଙ୍କ ଓକିଲ । ଏନେଇ ପରବର୍ତ୍ତୀ ତାରିଖରେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅ ହାଜର ହେବେ ବୋଲି ଇଡିକୁ ଜଣାଇଛନ୍ତି ପାଣିଗ୍ରାହୀଙ୍କ ଓକିଲ ।

ପାଠକ ଓ ପାଣିଗ୍ରାହୀ ପରିବାର ମଧ୍ୟରେ ଅର୍ଥନୈତିକ କାରବାରର ତଦନ୍ତରେ ଇଡି ହାତରେ ଲାଗିଛି ତଥ୍ୟ । ଏପରିକି ପାଠକଙ୍କ ଆକାଉଣ୍ଟ ସହ ପାଣିଗ୍ରାହୀ ପରିବାରର ଆକାଉଣ୍ଟରେ ଟଙ୍କା ନେଣଦେଣ ହୋଇଥିବାର ସନ୍ଦେହ କରି ତଦନ୍ତ ଜାରି ରଖିଛି ଇଡି । ପାଠକ ଓ ପାଣିଗ୍ରାହୀ ପରିବାରର ଆୟବର୍ହିଭୂତ ସମ୍ପତ୍ତି ଓ ଚାକିରୀ ନାଁରେ ଠକେଇ ମାମଲାରେ ହୋଇଥିବା ବେନାମି ଆର୍ଥିକ କାରବାରର ଗୁମର ଖୋଜୁଛି ଇଡି । ଯାହାକୁ ନେଇ ଅଭୟ ପାଠକଙ୍କ ସମେତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ଝିଅଙ୍କୁ ସମନ ଇଡି ପକ୍ଷରୁ ହାଜର ହେବା ପାଇଁ ସମନ ଜାରି କରାଯାଇଥିଲା।

ଏନେଇ ପ୍ରଦୀପ ପାଣିଗ୍ରାହୀଙ୍କ ପରିବାର ପକ୍ଷରୁ ପ୍ରତିକ୍ରିୟା ମିଳିପାରି ନଥିବାବେଳେ ଇଡିରେ ହାଜର ପରେ ଅଭୟ ପାଠକ ମଙ୍ଗଳବାର ଗଣମାଧମରେ ପ୍ରତିକ୍ରିୟା ରଖିଛନ୍ତି । ଇଡିର ତାର ଦାୟିତ୍ବ ନିର୍ବାହ କରୁଛି ଓ ସେମାନେ ଆବଶ୍ୟକୀୟ ସହଯୋଗ ମଧ୍ୟ କରୁଥିବା କହିଥିଲେ ଅଭୟ । ଏପରିକି ସରକାରଙ୍କ ନା ନନେଇ ତାଙ୍କୁ ନିରାଶ କରାଯିବା ସହ ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଥିବା କହିଥିଲେ ଅଭୟ ପାଠକ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.