ETV Bharat / city

ମୋକିମଙ୍କ ଜେଲ ଦଣ୍ଡାଦେଶ ହାଇକମାଣ୍ଡଙ୍କୁ ଅବଗତ କରାଯାଇଛି: ପିସିସି ସଭାପତି - ପିସିସି ସଭାପତି

ବିଧାୟକ ମହମ୍ମଦ ମୋକିମଙ୍କ ଦଣ୍ଡାଦେଶକୁ ନେଇ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ପିସିସି ସଭାପତି
ପିସିସି ସଭାପତି
author img

By

Published : Sep 30, 2022, 9:44 PM IST

ଭୁବନେଶ୍ବର: ବିଧାୟକ ମହମ୍ମଦ ମୋକିମଙ୍କ ଦଣ୍ଡାଦେଶକୁ ନେଇ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ମୁହଁ ଖୋଲିଛନ୍ତି । ଗତକାଲି ଏକ ଦୂର୍ନୀତି ମାମଲାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ 3 ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ପରେ ସେ ନିଜେ ସେହି କୋର୍ଟରୁ ବେଲ ମଧ୍ୟ ପାଇଛନ୍ତି । ତେବେ ଏହି ଘଟଣା ତାଙ୍କ ରାଜନୈତିକ ଜୀବନ ଉପରେ ପ୍ରଭାବ ପକାଇବ କି ନାହିଁ ସେ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । 3 ବର୍ଷ ଜେଲ ଦଣ୍ଡାଦେଶ ପରେ ତାଙ୍କ ବିଧାୟକ ଜୀବନରେ ନିଶ୍ଚିତ ଭାବରେ ଏକ ଝଡ ସୃଷ୍ଟି କରିଛି । ଯଦିଓ ଉପର କୋର୍ଟର ଆଶ୍ରୟ ନେବେ ବୋଲି କହିଛନ୍ତି ମୋକିମ ହେଲେ ଆଇନର ପରିସରରେ ରହି ତାହା ଆଗକୁ କେଉଁ ମୋଡ ନେବ ତାହା ସମୟ କହିବ ।

ଘଟଣାକୁ ନେଇ ବିଧାନସଭା ବାଚସ୍ପତିଙ୍କ ଉତ୍ତର ମିଳିନଥିବା ବେଳେ ନିଜ ଦଳ ତଥା ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେହେତୁ ଏ କେସ ବିଚାରଧୀନ ରହିଛି ତା ଉପରେ କୌଣସି ଟିପ୍ପଣୀ ଦେବା ଠିକ ହେବନାହିଁ । ତଥାପି ଦଳୀୟ ବିଧାୟକ ହୋଇଥିବାରୁ କୋର୍ଟ ଦଣ୍ଡାଦେଶ ବିଷୟରେ ଅଖିଳ ଭାରତୀୟ କଂଗ୍ରେସ କମିଟିକୁ ଅବଗତ କରାଯାଇଛି ଯାହା ପଦକ୍ଷେପ ନେବେ ହାଇ କମାଣ୍ଡ ନେବେ ବୋଲି ଶରତ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.