ETV Bharat / city

ମିଶନ ପାଟକୁରା: ତିନି ଦଳ ତୟାର

ପାଟକୁରା ନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ସେପଟେ ପାଟକୁରାରେ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ତିନି ପ୍ରମୁଖ ଦଳ ତୟାର ହୋଇ ରହିଛନ୍ତି ।

author img

By

Published : Jul 5, 2019, 7:53 PM IST

ଡିଜାଇନ ଫଟୋ

ଭୁବନେଶ୍ବର: ଆସନ୍ତା 20 ତାରିଖରେ ହେବ ପାଟକୁରା ନିର୍ବାଚନ । ଯାହାକୁ ନେଇ ରାଜ୍ୟ ରାଜନୀତି ପଶାପାଲିରେ ଗଡିଲାଣି ଗୋଟି । ଗଡ ଜିତିବା ଲାଗି ଆରମ୍ଭ ହେଲାଣି କସରତ । ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ରଣନୀତି ପ୍ରସ୍ତୁତ କରିସାରିଲେଣି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଜେଡି ବାଜି ମାରିବା ପାଇଁ ନେତାମାନଙ୍କୁ ଏବେ କେନ୍ଦ୍ରାପଡା ମୁହାଁ କରିଛି । ଦଳର ହାତରେ ଆଉ ଦୁଇ ସପ୍ତାହ ଥିବାରୁ ଦଳ ପ୍ରସ୍ତୁତ କରିଛି ରଣନୀତି । ଦଳର ୟଙ୍ଗ ବ୍ରିଗେଡିଅରଙ୍କ ହାତରେ ରହିଛି ସବୁ ଦାୟିତ୍ୱ । ପ୍ରାୟ ଦୁଇ ଡଜନ ବିଧାୟକ ଓ ପୂର୍ବତନ ନେତା ସବୁ ପଞ୍ଚାୟତ ଜଗିବେ । ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଛି । ବିଶେଷ କରି ବରିଷ୍ଠ ଓ ଅଭିଜ୍ଞ ବିଧାୟକଙ୍କୁ ଦିଆଯାଇଛି ଦାୟିତ୍ୱ । ଦିଆଯାଇଥିବା ପଞ୍ଚାୟତ ଅନୁସାରେ ଡେରା ପକାଇବେ ବିଧାୟକ । ଏପରିକି ବିଜେଡି ସୁପ୍ରିମୋ ମଧ୍ୟ କେନ୍ଦ୍ରାପଡା ଯାଇ ରାତ୍ରି ଯାପନ କରିବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ବିଜେପି ମଧ୍ୟ ପଛରେ ପଡିନାହିଁ । ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ଜିତାଇବାକୁ ଦଳ ପୁରା ଦମରେ ଲାଗିବ । ଏନେଇ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି । କେନ୍ଦ୍ରମନ୍ତ୍ରୀ ପାଟକୁରା ଯିବେ । ଦଳ ପାଇଁ ପ୍ରଚାର କରିବେ । ଜାତୀୟ ସ୍ତରରେ ନେତା ବି ଆସିବେ । 60 ଜଣ ରାଜ୍ୟର ବଛା ବଛା ନେତାଙ୍କୁ ନେଇ ଟିମ କରାଯାଇଛି । ସେମାନେ ସବୁ ବିଭିନ୍ନ ଗ୍ରୁପ ହୋଇ ପଞ୍ଚାୟତ ଜଗିବେ । ମୁଖ୍ୟ ମଙ୍ଗୁଆଳ ହୋଇ କନକବର୍ଦ୍ଧନ ସିଂଦେଓ, ଭୃଗୁ ବକ୍ସିପାତ୍ର ମନମୋହନ ସାମଲ ପୂରା ଦାୟିତ୍ୱ ନେଇଛନ୍ତି । ସେହିପରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ସୁରେଶ ପୂଜାରୀଙ୍କ ଭଳି ନେତା ଆସି ପ୍ରଚାର କରିବେ ।

ସେହିପରି କଂଗ୍ରେସ ମଧ୍ୟ ପଛରେ ପଡିନାହିଁ । ଦଳ ଏଠାରେ ଭଲ ପ୍ରଦର୍ଶନ କରିବ ବୋଲି ଦଳୀୟ ନେତା ଆଶା ବାନ୍ଧି ବସିଛନ୍ତି । ବିଜେପି-ବିଜେଡି ଗୋଟିଏ ମୂଦ୍ରାର ଦୁଇଟି ପାର୍ଶ୍ବ ବୋଲି ଲୋକେ ଜାଣିସାରିଲେଣି ତେଣୁ ଏଥର କଂଗ୍ରେସ ସେମାନଙ୍କ ପସନ୍ଦ ହେବ ବୋଲି ଦଳୀୟ ନେତା କହିଛନ୍ତି । ଏହା ସହ ପାଟକୁରାରେ 9 ଜଣ ବିଧାୟକ ଭିନ୍ନ ଭିନ୍ନ ଦିନରେ ଯାଇ ପ୍ରଚାର କରିବେ ବୋଲି ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନର୍ଦଶୀ ସାହୁ ଓ ତପନ ଦାସ, ଇଟିଭି ଭାରତ

Intro:ମିଶନ ପାଟକୁରକୁ ନେଇ ରାଜ୍ୟ ରାଜନୀତି ବେଶ ସରଗରମ। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ଙ୍କୁ ଜିଟାଇବାକୁ ଦଳ ପୁରା ଦମରେ ଲାଗିବ। ଏନେଇ ପ୍ରସ୍ତୁତ କରିଛି ସ୍ୱତନ୍ତ୍ର ରଣନୀତି। କେନ୍ଦ୍ରମନ୍ତ୍ରୀ ପାଟକୁରା ଯିବେ। ଦଳ ପାଇଁ ପ୍ରଚାର କରିବେ। ଜାତୀୟ ସ୍ତରରେ ନେତା ବି ଆସିବେ। 60 ଜଣ ରାଜ୍ୟର ବଛା ବଛା ନେତାଙ୍କୁ ନେଇ ଟିମ କରାଯାଇଛି। ସେମାନେ ସବି ବିଭିନ୍ନ ଗ୍ରୁପ ହୋଇ ପଂଚାୟତ ଜଗିବେ। ମୁଖ୍ୟ ମଙ୍ଗୁଆଳ ହୋଇଛନ୍ତି କନକବର୍ଦ୍ଧନ ସିଂଦେଓ, ଭୃଗୁ ବକ୍ସିପାତ୍ର, ମନମୋହନ ସାମଲ ପୁରା ଦାୟିତ୍ୱ ନେଇଛନ୍ତି। ଏମାନେ ଗଡ଼ ଜଗିବେ। ସେହିପରି ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, ସୁରେଶ ପୂଜାରୀଙ୍କ ଭଳି ନେତା ଆସି ପ୍ରଚାର କରିବେ।

Body:ବାଇଟ ପୃଥ୍ୱୀରାଜ ହରିଚନ୍ଦନ, ବିଜେପି ନେତା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.