ଭୁବନେଶ୍ବର: ବର୍ତ୍ତମାନ ଫ୍ୟାଶନ ଶୋ’ରେ ଓଡିଆ ଝିଅଙ୍କ କମାଲ । ଗତ କିଛି ଦିନ ମଧ୍ୟରେ ଅନେକ ଗୁଡିଏ ଟାଇଟଲ ଓଡ଼ିଶାକୁ ଆସି ଥିବାବେଳେ ବୁଧବାର ପୁଣି ଫ୍ୟାଶନ ଶୋ’ରେ କମାଲ କରିଛନ୍ତି ଓଡ଼ିଆ ଝିଅ ଲାବଣ୍ୟା ଦାସ ।
କିଛି ଦିନ ପୂର୍ବରୁ ଦିଲ୍ଲୀରେ ଆୟୋଜିତ ହୋଇଥିବା ମିସ୍ ଟିନ୍ ଡିଭା ଇଣ୍ଡିଆ ଇଣ୍ଟରନ୍ୟାସନାଲ 2019ର ଟାଇଟଲ ହାତେଇଛନ୍ତି ଲାବଣ୍ୟା । ସମସ୍ତ 40 ଜଣ ଅନ୍ୟ ରାଜ୍ୟର ପ୍ରତିଯୋଗୀଙ୍କୁ ପଛରେ ପକାଇ ସେ ଏହି ଟାଇଟଲକୁ ଜିତିଛନ୍ତି ।
ସବୁଠାରୁ ବଡ଼ କଥା ହେଲା ଲାବଣ୍ୟା ପିନ୍ଧିଥିବା ପୋଷାକରେ ଓଡ଼ିଆ ସଂସ୍କୃତି ଓ ପରମ୍ପରା ରହିଥିବା ହେତୁ ସେ ବେଶ ପ୍ରଶଂସା ସାଉଁଟିଥିଲେ ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ