ଭୁବନେଶ୍ବର: ରାଜଧାନୀରେ ଭଡାଟିଆଙ୍କ ଘରୁ ଚୋରି। ଦଶାହ କାର୍ଯ୍ୟ ପାଇଁ ଗାକୁ ଯାଇଥିବା ବେଳେ ଘରେ କଳାକନା ବୁଲାଇ ଦେଲେ ଲୁଟେରା । ଭୁବନେଶ୍ୱର ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରୁ ଏପରି ଅଭିଯୋଗ ଆସିଛି ।
ଏହାବି ପଢନ୍ତୁ : ଦେଶକୁ ମିଳିଲା ୯ମ କୋଭିଡ ଟିକା, Sputnik Lightକୁ ଜରୁରୀକାଳୀନ ବ୍ୟବହାର ଅନୁମତି
ସୂଚନା ଅନୁସାରେ, ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରରେ ଭଡା ନେଇ ରୁହନ୍ତି ପ୍ରଫୁଲ୍ଲ କୁମାର ପଲାରୁ । ନିଜ ସମ୍ପର୍କୀୟଙ୍କ ଏକ ଦଶାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଗାଁକୁ ଯାଇଥିଲେ । ଚୋର ଏହାର ସୁଯୋଗ ପାଇ ଘରେ ପଶି ଆଲମିରା ଭାଙ୍ଗି ସୁନାହାର, କାନଫୁଲ ସହ ମୁଦି , ଅଳଙ୍କାର ସମେତ ୨୫ହଜାର ନଗଦ ଟଙ୍କା ନେଇ ଛୁ ମାରିଥିଲେ । ଗାଁରୁ ଦଶାହ କାର୍ଯ୍ୟରେ ଯୋଗ ଦେଇ ଭୁବନେଶ୍ୱର ଘରକୁ ଫେରି ଏସବୁ ଜାଣିବାକୁ ପାଇଥିଲେ ପ୍ରଫୁଲ । ଏନେଇ ମଞ୍ଚେଶ୍ବର ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ