ETV Bharat / city

Attack at Market Building: ପୁଣି ଅଶାନ୍ତ ମାର୍କେଟ ବିଲ୍ଡିଂ, ଦାଦାବଟିକୁ ନେଇ ବ୍ୟବସାୟୀଙ୍କୁ ଆକ୍ରମଣ

ପୁଣି ଅଶାନ୍ତ ହେଉଛି ରାଜଧାନୀର ପ୍ରମୁଖ ମାର୍କେଟ ବିଲ୍ଡିଂ । ଏଠାରେ ପୁଣି ଜଣେ ବ୍ୟବସାୟୀଙ୍କୁ ଦୁର୍ବୃତ୍ତମାନେ ଗୋଡ଼େଇ ଗୋଡ଼େଇ ଆକ୍ରମଣ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Attack at Market Building: ପୁଣି ଅଶାନ୍ତ ମାର୍କେଟ ବିଲ୍ଡିଂ, ଦାଦାବଟିକୁ ନେଇ ବ୍ୟବସାୟୀଙ୍କୁ ଆକ୍ରମଣ
Attack at Market Building: ପୁଣି ଅଶାନ୍ତ ମାର୍କେଟ ବିଲ୍ଡିଂ, ଦାଦାବଟିକୁ ନେଇ ବ୍ୟବସାୟୀଙ୍କୁ ଆକ୍ରମଣ
author img

By

Published : Dec 24, 2021, 3:06 PM IST

ଭୁବନେଶ୍ବର: ପୁଣି ଅଶାନ୍ତ ହେଉଛି ମାର୍କେଟ ବିଲ୍ଡିଂ । ତେଜୁଛି ଭାଇଗିରି ଓ ଦାଦାବଟି ଆତଙ୍କ। ଗୁରୁବାର ରାତିରେ ଦାଦାବଟିକୁ କେନ୍ଦ୍ରକରି ଜଣେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ବ୍ୟବସାୟୀଙ୍କୁ ଗୋଡ଼େଇ ଗୋଡ଼େଇ ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି । ଘଟଣାକୁ ଅନେକ ସମୟ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ହୋଇଛି ଅଭିଯୋଗ ।

Attack at Market Building: ପୁଣି ଅଶାନ୍ତ ମାର୍କେଟ ବିଲ୍ଡିଂ, ଦାଦାବଟିକୁ ନେଇ ବ୍ୟବସାୟୀଙ୍କୁ ଆକ୍ରମଣ
Attack at Market Building: ପୁଣି ଅଶାନ୍ତ ମାର୍କେଟ ବିଲ୍ଡିଂ, ଦାଦାବଟିକୁ ନେଇ ବ୍ୟବସାୟୀଙ୍କୁ ଆକ୍ରମଣ

ବ୍ୟବସାୟୀଙ୍କୁ ଖଣ୍ଡା ଭୁଜାଲିରେ ୩ ଜଣ ଆକ୍ରମଣ କରିଥିବା ବେଳେ ଜୀବନ ବଞ୍ଚାଇ ଖସି ଯାଇଛନ୍ତି ଜଣେ ବ୍ୟବସାୟିକ। ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇଛନ୍ତି ବିକାଶ ଶାହା ନାମକ ଜଣେ ମାର୍କେଟ ବିଲ୍ଡିଂ ବ୍ୟବସାୟୀ । ତାଙ୍କ ବେକ ଓ ହାତକୁ ଖଣ୍ଡା ଓ ଭୁଜାଲିରେ ହାଣି ଗୁରୁତର‌ କରାଇଛନ୍ତି ଦୁର୍ବୃତ୍ତ। ଏନେଇ ଏକ ହସ୍ପିଟାଲରେ ଚିକିତ୍ସିତ ହୋଇଥିବା ବେଳେ କ୍ୟାପିଟାଲ ଥାନାରେ ହୋଇଛି ଅଭିଯୋଗ । ତେବେ ଏଯାଏଁ ପୋଲିସ କାହାରିକୁ ଗିରଫ କରିନାହିଁ ।

ଦୁର୍ବୃତ୍ତମାନେ ପୋଲିସର ଖବରି ହୋଇଥିବାରୁ ତାଙ୍କୁ ସୁରକ୍ଷା ଦେଉଥିବା ସୂଚନା ‌ମିଳିଛି । ଏବେଠୁ ସ୍ଥିତି ଅସମ୍ଭାଳ‌ ହୋଇଥିବା ବେଳେ ଗତ ବର୍ଷ ଠିକ ଏହିପରି ଢଙ୍ଗରେ ଦାଦାବଟିକୁ କେନ୍ଦ୍ର କରି ଜାନୁଆରୀ ୧୦ ତାରିଖରେ ବଡ଼ ଧରଣର ଆତଙ୍କ ମଚାଇଥିଲେ କିଛି ଅସାମାଜିକ ଯୁବକ । ସେମାନେ ମାର୍କେଟ ବିଲ୍ଡିଂରେ ଭଙ୍ଗାରୁଜା କରିବା ସହ ଲୋକଙ୍କ ଉପସ୍ଥିତିରେ ଖଣ୍ଡା ଭୁଜାଲି ଧରି ଆତଙ୍କ ଖେଳାଇଥିଲେ ।

ପରେ ରାଜଧାନୀରେ ଏଭଳି ଆଇନଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସ ବଦନାମ ହେବା ପରେ ଘଟଣାରେ ୩୦ରୁ ଊର୍ଦ୍ଧ୍ବ ଯୁବଙ୍କୁ ଗିରଫ କରିଥିଲା । ଏବେ ନୂଆବର୍ଷ ପୁର୍ବରୁ ଜଣେ ବ୍ୟବସାୟୀଙ୍କୁ ଏଭଳି ଘଟଣାର ଶିକାର‌ ହେବାକୁ ପଡିଥିବା ବେଳେ ଏପରି ଆତଙ୍କ ଖେଳାଉଥିବା ଆତଙ୍କକାରୀଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନେଉନି ପୋଲିସ ତାକୁ ନେଇ ମାର୍କେଟ ବିଲ୍ଡିଂ ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.