ETV Bharat / city

‘କୋଭିଡ କେନ୍ଦ୍ରରେ ଶିକ୍ଷକଙ୍କୁ ଦୁର୍ବ୍ୟବହାର ବରଦାସ୍ତ କରାଯିବ ନାହିଁ’

କୋରୋନା ମହାମାରୀ ସମୟରେ ରାଜ୍ୟର କୋଭିଡ ସେଣ୍ଟରରେ କାର୍ଯ୍ୟରତ ଶିକ୍ଷକଙ୍କୁ ଦୁର୍ବବ୍ୟହାର ଅଭିଯୋଗ । ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଅଧିକ ପଢ଼ନ୍ତୁ...

misbehaviour with teachers in covid centers, misbehaviour with teachers can not be tolerated, ଶିକ୍ଷକଙ୍କୁ ଦୁର୍ବବ୍ୟବହାର ବରଦାସ୍ତ କରାଯିବ ନାହିଁ, କୋଭିଡ କେନ୍ଦ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
‘କୋଭିଡ କେନ୍ଦ୍ରରେ ଶିକ୍ଷକଙ୍କୁ ଦୁର୍ବବ୍ୟବହାର ବରଦାସ୍ତ କରାଯିବ ନାହିଁ’
author img

By

Published : May 27, 2020, 4:51 PM IST

ଭୁବନେଶ୍ବର: କୋଭିଡ କେନ୍ଦ୍ରମାନଙ୍କରେ ଶିକ୍ଷକଙ୍କୁ ଦୁର୍ବ୍ୟବହାର କଦାପି ବରଦାସ୍ତ କରାଯିବ ନାହିଁ ଏବଂ ଏପରି ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।

misbehaviour with teachers in covid centers, misbehaviour with teachers can not be tolerated, ଶିକ୍ଷକଙ୍କୁ ଦୁର୍ବବ୍ୟବହାର ବରଦାସ୍ତ କରାଯିବ ନାହିଁ, କୋଭିଡ କେନ୍ଦ୍ର, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
‘କୋଭିଡ କେନ୍ଦ୍ରରେ ଶିକ୍ଷକଙ୍କୁ ଦୁର୍ବବ୍ୟବହାର ବରଦାସ୍ତ କରାଯିବ ନାହିଁ’

ରାଜ୍ୟରେ ମହାମାରୀ କୋରୋନା ବିରୁଦ୍ଧରେ ସଂଗ୍ରାମ ଜାରି ରହିଛି । ଏହି ସଂଗ୍ରାମରେ ପ୍ରାୟ ୬୨ ହଜାର ୪୩୬ ଜଣ ଶିକ୍ଷକ ନିୟୋଜିତ ହୋଇ ପୂର୍ଣ୍ଣ ପ୍ରାଣରେ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି । କେତେକ କୋଭିଡ କେନ୍ଦ୍ର ମାନଙ୍କରେ ଅସାମାଜିକ ବ୍ୟକ୍ତିମାନେ ଦାୟିତ୍ବ ନିର୍ବାହ କରୁଥିବା ଶିକ୍ଷକମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହସ୍ତଗତ ହୋଇଛି । ଗତ ମଇ ୨୨ ତାରିଖରେ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ କ୍ଷେତ୍ରମୁଣ୍ଡାଳି ବିଦ୍ୟାଳୟର ପ୍ରଧାନଶିକ୍ଷକ ଜଗନ୍ନାଥ ନାୟକଙ୍କୁ ଅସଦାଚରଣ କରାଯିବା ଏବଂ ମଇ ୨୪ ତାରିଖରେ ବାଲେଶ୍ବର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ତୋଟାପଡ଼ା ଉଚ୍ଚବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ଲକ୍ଷ୍ମୀଧର ପରିଡ଼ାଙ୍କୁ ଶାରୀରିକ ନିର୍ଯ୍ୟାତନା ଦିଆଯିବା କଥା ପ୍ରଶାସନର ଦୃଷ୍ଟିଗୋଚର ହୋଇଛି । ଏ ସଂପର୍କରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ଏବଂ ମୁଖ୍ୟ ଶାସନ ସଚିବଙ୍କ ସହ ଆଲୋଚନା ମଧ୍ୟ କରାଯାଇଛି । ଶିକ୍ଷକ ସମାଜଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସରକାର ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କୁ କାର୍ଯ୍ୟରେ ବିଚଳିତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.