ETV Bharat / city

ରାଜଧାନୀରେ ମହିଳା ଆଇଆଇସିଙ୍କୁ ଅସଦାଚରଣ

ରାୟଗଡା ରୋଡ ସେଫଟି ଇନ୍ସପେକ୍ଟର ଆଶ୍ରିତା ଫାଲକୋଇଙ୍କୁ ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ ।

author img

By

Published : Jun 29, 2020, 8:52 AM IST

misbehave-against-women-iics-in-bhubaneswar
ରାଜଧାନୀରେ ମହିଳା ଆଇଆଇସିଙ୍କୁ ଅସଦାଚରଣ

ଭୁବନେଶ୍ବର: ରାଜଧାନୀରେ ମହିଳା ଆଇଆଇସିଙ୍କୁ ଅସଦାଚରଣ । ରାୟଗଡା ରୋଡ ସେଫଟି ଇନ୍ସପେକ୍ଟର ଆଶ୍ରିତା ଫାଲକୋଇଙ୍କୁ ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ । ଖଣ୍ଡଗିରି ଥାନା ବାରଭିଜ ଲଜ ନିକଟରେ ଅସଦାଚରଣ କରିଥିବା ନେଇ ଖଣ୍ଡଗିରି ଥାନାରେ ଏତଲା ପରେ ଲଜ ମାଲିକକୁ ଗିରଫ କରିଛି କମିଶନରେଟ ପୋଲିସ ।

ଏହି ମାମଲାରେ ଆଉ ଦୁଇଜଣ ଅଭିଯୁକ୍ତ ଫେରାର ଅଛନ୍ତି । ସୂଚନା ମୁତାବକ ଆଶ୍ରିତା ଏକ ଘରୋଇ ହସପିଟାଲରେ ଚିକିତ୍ସିତ ପାଇଁ ଭୁବନେଶ୍ବର ଆସିଥିଲେ । ତେବେ ବାରଭୁଜା ଲଜରେ ରହି ରେଗୁଲାର ଚେକପ ପାଇଁ ଯାଉଥିଲେ ।

ହେଲେ ଗତକାଲି ଲଜ ତଳେ ଥୁଆ ହୋଇଥିବା ତାଙ୍କ କାରକୁ ଧକ୍କା ଦେଇଥିଲା ଏକ ବାଇକ । ଏନେଇ ସେ ବିରୋଧ କରିବାରୁ ସମ୍ପୃକ୍ତ ଯୁବକ ଜଣକ ଲଜ ମାଲିକକୁ ଡକାଇ ତାଙ୍କ ସହ ଗଣ୍ଡଗୋଳ କରିଥିଲେ । ଏପରିକି ଗାଳିଗୁଲଜ କରି ଅସଦାଚରଣ କରିଥିଲେ ।

ଏନେଇ ଆଶ୍ରିତା ଖଣ୍ଡଗିରି ଥାନାରେ ଏତଲା ପରେ ଲଜ ମାଲିକ ସୌରଭ ଦାସକୁ ଗିରଫ କରିଛି କମିଶନରେଟ ପୋଲିସ । ତେବେ ତାଙ୍କ ଘର ଜଗତସିଂହପୁରର ନାଉଗାଁ ଭାତପଡା ବୋଲି ଜଣାପଡିଛି । ତେବେ ସୌରଭର ଦୁଇ ସହଯୋଗୀ ଏବେବି ଫେରାର ଅଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.