ଭୁବନେଶ୍ବର: ରାଜଧାନୀର ରାଜରାସ୍ତାରେ ବେଫିକର ହୋଇ ବୁଲୁଛନ୍ତି କି, ତେବେ ହୋଇଯାଆନ୍ତୁ ସାବଧାନ । କାହିଁକିନା ଏବେ ରାଜଧାନୀରେ ମାତିଛନ୍ତି ଅଣ ଓଡିଆ ନାବାଳିକା ଗ୍ୟାଙ୍ଗ । ମଉକା ଦେଖି ଚୌକା ମାରୁଛନ୍ତି ଏହି ଗ୍ୟାଙ୍କର ନାବାଳିକା । ବ୍ଲେଡ ମାରି କରୁଛନ୍ତି ପକେଟମାର । ରସୁଲଗଡ ଛକରେ ଜଣେ ଯୁବତୀଙ୍କ ପର୍ସ ଲୁଟ ବେଳେ ଏଭଳି ଗ୍ୟାଙ୍ଗକୁ ଧରିଲେ ଲୋକେ ।
ସୂଚନାଅନୁଯାୟୀ, ଆଜି ଯାଜପୁରର ଜଣେ ଯୁବତୀ ଲଗେଜ ଧରି ବମିଖାଲ ଯାଉଥିବା ବେଳେ ହଠାତ ୪ ଜଣିଆ ନାବାଳିକା ଗ୍ୟାଙ୍ଗ ତାଙ୍କୁ ଘେରିଯାଇଥିଲେ । ଏହାପରେ ଯାତ୍ରୀର ବାହାନା କରି ତାଙ୍କ ପାଖରେ କିଛି ସମୟ ପର୍ଯ୍ୟନ୍ତ ବୁଲିବା ପରେ ମୌକା ଦେଖି ଯୁବତୀଙ୍କ ପର୍ସଟିକୁ ବ୍ୟାଗରୁ କାଢି ନେଇଥିଲେ । ଏହି ସମୟରେ ପାଖରେ ଥିବା ଜଣେ ଅଟୋ ଡ୍ରାଇଭର ନାବାଳିକା ଗ୍ୟାଙ୍ଗଙ୍କୁ ଧରିପକାଇବା ପରେ ଯୁବତୀଜଣଙ୍କ ତାଙ୍କ ପର୍ସ ଚୋରି ହୋଇଛି ବୋଲି ଜାଣିପାରିଥିଲେ । ଏନେଇ ଅଟୋ ଡ୍ରାଇଭର ଜଣଙ୍କ ପୋଲିସକୁ ଖବର ଦେବା ପରେ ଘଟଣାସ୍ଥଳରେ ପିସିଆର ପହଞ୍ଚି ନାବାଳିକା ଗ୍ୟାଙ୍ଗକୁ ଥାନାକୁ ଆଣି ପ୍ରଥମେ ସହିଦନଗର ପରେ ମଞ୍ଚେଶ୍ବର ଥାନାକୁ ସ୍ଥାନାନ୍ତର କରାଯାଇଛି ।
ଏନେଇ ଜଣେ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି ଯେ ଏହି ଭଳି ଗ୍ୟାଙ୍ଗ ଏବେ ରାଜଧାନୀରେ ବୁଲୁଛନ୍ତି । ବିଶେଷ କରି ଏମାନେ ୧୫ରୁ ୧୭ବୟସର ନାବାଳିକା ଵୋଲି ସେ କହିଛନ୍ତି। ଏମାନଙ୍କୁ ଜଣେ ମାଷ୍ଟର ମାଇଣ୍ଡ ଅପରେଟ କରୁଛି । ଯେକି ପୁର୍ବରୁ ଏଭଳି ଢଙ୍ଗରେ ରସୁଲଗଡ ଛକରୁ ଧରାପଡିଥିଲା । ଯାହାକୁ ମଞ୍ଚେଶ୍ବର ପୋଲିସରେ ଜିମା ଦେଇଥିଲେ ଲୋକେ। ତେବେ ଏଭଳି ଘଟଣା ପରେ ସାଧାରଣ ଲୋକଙ୍କୁ ଏହା ସତର୍କ ଘଣ୍ଟି । ତେବେ ଏ ନେଇ ପୋଲିସର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ