ETV Bharat / city

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, ନ୍ୟାୟ ଅପେକ୍ଷାରେ ପୀଡିତାଙ୍କ ପରିବାର - ନ୍ୟାୟ ଅପେକ୍ଷାରେ ପୀଡିତା ପରିବାର

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲାରେ ସୋମବାର ମହିଳା କମିଶନଙ୍କ ନିକଟରେ ଘରୋଇ ଗଣମାଧ୍ୟମ ସଂସ୍ଥା ର ଏମଡି ହାଜର ହୋଇନାହାଁନ୍ତି । ବରଂ ତାଙ୍କର ଓକିଲ ଓ ପିଆରଓ ଉପସ୍ଥିତ ରହିଥିଲେ। କିନ୍ତୁ ଦେହ ଖରାପ ଦର୍ଶାଇ ପିଆରଓ କିଛି ସମୟ ନେଇଛନ୍ତି । ଅଧିକ ପଢନ୍ତୁ..

minor-girl-ganrape-aaligation-in-bhubaneswar-victims-family-waiting-for-justice

author img

By

Published : Oct 5, 2020, 9:19 PM IST

ଭୁବନେଶ୍ବର: ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା, ନ୍ୟାୟ ଅପେକ୍ଷାରେ ପୀଡ଼ିତା। ନାବାଳିକା ଗଣଦୁଷ୍କର୍ମ ଘଟଣା ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ସୋମବାର ମହିଳା କମିଶନଙ୍କ ନିକଟରେ ଘରୋଇ ଗଣମାଧ୍ୟମ ସଂସ୍ଥାର ଏମଡି ହାଜର ନହୋଇ ତାଙ୍କର ଓକିଲ ଓ ପିଆରଓ ଉପସ୍ଥିତ ରହିଥିଲେ। କିନ୍ତୁ ଦେହ ଖରାପ ଦର୍ଶାଇ ପିଆରଓ କିଛି ସମୟ ନେଇଛନ୍ତି ।

ଭୁବନେଶ୍ୱର ନାବାଳିକା ଗଣଦୁଷ୍କର୍ମ ମାମଲା, ନ୍ୟାୟ ଅପେକ୍ଷାରେ ପୀଡିତା ପରିବାର

ଥରେ ନୁହେଁ କି ଦୁଇ ଥର ନୁହେଁ ତାଙ୍କ ଓକିଲ ଏବଂ ପିଆରଓ ଏଭଳି ବାରମ୍ବାର ଆସିଲେଣି ମହିଳା କମିଶନଙ୍କ ନିକଟକୁ। ହେଲେ କୌଣସି ନା କୌଣସି କାରଣ ଦର୍ଶାଇ ଆସୁନାହାଁନ୍ତି ଏମଡି । ସେପଟେ ବିନା କାଗଜପତ୍ରରେ ପଠାଉଛନ୍ତି ସଂସ୍ଥାର ପିଆରଓଙ୍କୁ। ସୋମବାର ମହିଳା କମିଶନଙ୍କ ନିକଟରେ ହାଜର ହୋଇନାହାଁନ୍ତି ଏମଡି। କିନ୍ତୁ ତାଙ୍କର ପିଆରଓ ଓ ଓକିଲଙ୍କୁ ହାଜର କରାଇଛନ୍ତି । ଏନେଇ ମହିଳା କମିଶନଙ୍କ ନିକଟରେ ଉଭୟ ପକ୍ଷଙ୍କୁ ନେଇ ଶୁଣାଣି ଆରମ୍ଭ ହୋଇଛି।

କିନ୍ତୁ ଦୀର୍ଘ 2 ଘଣ୍ଟାର ଶୁଣାଣି ଭିତରେ ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ଉକ୍ତ ସଂସ୍ଥାର ପିଆରଓ କିଛି ଦିନ ସମୟ ମାଗିଛନ୍ତି। ତେବେ ଶୁଣାଣି ଠିକ ଭାବରେ ହୋଇନଥିଲେ ମଧ୍ୟ ଶୁଣାଣି ସମୟରେ ଅଭିଯୋଗକାରୀ କାନ୍ଦି ପକାଇଥିଲେ। ଯେପରି କି ସେ ନ୍ୟାୟ ପାଇବାକୁ ଅକ୍ଷମ ଅଟନ୍ତି। ତେବେ ମହିଳା କମିଶନ ମିନତୀ ବେହେରା କହିଛନ୍ତି, ଆସନ୍ତା ଦିନରେ ଆଉଥରେ ତାଙ୍କୁ ନୋଟିସ କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.