ETV Bharat / city

ଆକଟ କରି ତାଲା ପକାଇଲା ମାଆ, କ୍ରୋଧରେ ଆତ୍ମହତ୍ୟା କଲା ପୁଅ

author img

By

Published : Jun 13, 2021, 7:51 AM IST

ପୁଅକୁ ଆକଟ କରିବାକୁ ଯାଇ ମାଆ ପକାଇଥିଲା ତାଲା, ଘର ଭିତରେ ଆତ୍ମହତ୍ୟା କଲା ପୁଅ । ଅଧିକ ପଢନ୍ତୁ...

ଘର ବାହାରୁ ମାଆ ପକାଇଲା ତାଲା, ପୁଅ କଲା ଆତ୍ମହତ୍ଯା

ଭୁବନେଶ୍ବର: ରାଜଧାନୀରେ ଛାତିଥରା ଦୃଶ୍ୟ । ଘର ବାହାରୁ ମାଆ ତାଲା ପକାଇଦେବାରୁ ଭିତରେ ପୁଅ ଆତ୍ମହତ୍ୟା କରିବା ଭଳି ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଛି । ଏପରି ଏକ ଛାତିଥରା ଘଟଣା ଦେଖିବାକୁ ମିଳିଛି ଲକ୍ଷ୍ମୀସାଗର ଥାନା ହଳଦୀପଡିଆ ବସ୍ତିରେ ।

ପୁଅ ଦିବୁ ମଣ୍ଡଳ ଅଝଟ ହେଲେ ତାକୁ ଆକଟ କରିବା ପାଇଁ ବେଳେବେଳେ ଘରେ ତାଲା ପକାଇଦିଅନ୍ତି ମାଆ ସୁଜାତା ମଣ୍ଡଳ । ଗତକାଲି(ଶନିବାର) ମଧ୍ୟ ସେ କୌଣସି କାରଣକୁ ନେଇ ଅଝଟ ହେବାରୁ ତାକୁ ଘର ଭିତରେ ତାଲା ପକାଇ ଦେଇ ବାହାରକୁ ଯାଇଥିଲେ ସୁଜାତା । ମାତ୍ର ଘରେ ଆସି କବାଟ ଖୋଲିବା ପରେ ପୁଅ ଶାଢୀରେ ଝୁଲୁଥିବାର ଦେଖିବାକୁ ପାଇଥିଲେ । ଏନେଇ ଖବର ପାଇ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ତେବେ ଏପରି ଏକ ହୃଦୟ ବିଦାରକ ଘଟଣା ପରେ ହଳଦୀପଡିଆ ବସ୍ତିରେ ଶୋକର ଛାୟା ଖେଳିଯାଇଛି । ପୁଅକୁ ଆକଟ କରିବାକୁ ଯାଇ ମାଆ ନିଜ ପୁଅକୁ ହରାଇଦେଲା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.