ETV Bharat / city

ମରୁଡ଼ିକୁ ନେଇ ମନ୍ତ୍ରୀଙ୍କ ଉତ୍ତର ନୈରାଶ୍ୟଜନକ: ଅଧିରାଜ ପାଣିଗ୍ରାହୀ

author img

By

Published : Sep 6, 2021, 9:25 PM IST

ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ନେଇ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତର ରଖିଥିଲେ । ଏହି ଉତ୍ତରକୁ ନାପସନ୍ଦ କରିଛି କଂଗ୍ରେସ । ମନ୍ତ୍ରୀଙ୍କ ଉତ୍ତର ନୈରାଶ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ଅଧିକ ପଢ଼ନ୍ତୁ...

ମରୁଡ଼ିକୁ ନେଇ ମନ୍ତ୍ରୀଙ୍କ ଉତ୍ତର ନୈରାଶ୍ୟଜନକ: ଅଧିରାଜ ପାଣିଗ୍ରାହୀ
ମରୁଡ଼ିକୁ ନେଇ ମନ୍ତ୍ରୀଙ୍କ ଉତ୍ତର ନୈରାଶ୍ୟଜନକ: ଅଧିରାଜ ପାଣିଗ୍ରାହୀ

ଭୁବନେଶ୍ବର: ରାଜ୍ୟରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିକୁ ନେଇ ରାଜସ୍ବ ମନ୍ତ୍ରୀ ଉତ୍ତର ରଖିଥିଲେ । ଏହି ଉତ୍ତରକୁ ନାପସନ୍ଦ କରିଛି କଂଗ୍ରେସ । ମନ୍ତ୍ରୀଙ୍କ ଉତ୍ତର ନୈରାଶ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ । ଏହାପୂର୍ବରୁ ଗୃହରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ରାଜସ୍ବ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ଜାହିର କରିଥିଲେ ।

ରାଜ୍ୟର 102ଟି ବ୍ଲକରେ ଗଜା ମରୁଡି ପରିସ୍ଥିତି ଦେଖାଦେଇଛି । ଏଭଳି ସ୍ଥିତିରେ ଜଳ ଭଣ୍ଡାରର ଗଚ୍ଛିତ ଥିବା ଜଳକୁ ପାନୀୟଜଳ ବ୍ୟବହାର ଉପରେ ପ୍ରାଥମିକତା ଦିଆଯିବ। ଜଳ ଭଣ୍ଡାରର ଗଚ୍ଛିତ ଥିବା ଜଳ ପାନୀୟଜଳର ଆବଶ୍ୟକତା ମେଣ୍ଟାଇବାକୁ ଥିବାରୁ ଚାଷର ଅବସ୍ଥା ଖରାପ ରହିଛି ବୋଲି ଉତ୍ତର ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ।

ମନ୍ତ୍ରୀଙ୍କ ଏଭଳି ଉତ୍ତରକୁ କେହି ଆଶା କରିନଥିଲେ । ଅନାବୃଷ୍ଟି ଯୋଗୁଁ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି । ଏଭଳି ସ୍ଥିତି ମନ୍ତ୍ରୀଙ୍କ ଉତ୍ତର ଚାଷୀର ପରିସ୍ଥିତି ଉପରେ ଅଟ୍ଟହାସ୍ୟ ଭଳି ମନେ ହେଉଛି । ଏହାକୁ ନେଇ ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ।

କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ କହିଛନ୍ତି ଯେ, "ଆଜି ଗୃହରେ ଯେଉଁ ମୋସନ ଆସିଥିଲା ଏବଂ ମନ୍ତ୍ରୀ ଯେଉଁଭଳି ଭାବରେ ଉତ୍ତର ରଖିଲେ ତାହା ଅତ୍ୟନ୍ତ ନୈରାଶ୍ୟ ଜନକ। ରାଜ୍ୟରେ ଗଜା ମରୁଡ଼ି ପରିସ୍ଥିତି ଦେଖା ଦେଇଛି । ଏଥିପାଇଁ ଆମେ ରାଜ୍ୟ ସରକାରଙ୍କ ନିକଟରେ ଦାବି କରୁଛୁ ରାଜ୍ୟରେ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା କରାଯାଉ । ଚାଷୀଙ୍କୁ ସହାୟତା ଦିଅନ୍ତୁ ରାଜ୍ୟ ସରକାର । ସେ ପ୍ୟାକେଜ ମାଧ୍ୟମରେ ହେଉ କି ଇନପୁଟ ସବସିଡି ମାଧ୍ୟମରେ ହେଉ । ଚାଷୀଙ୍କୁ କେନ୍ଦ୍ର ସରକାର ୨୦ ହଜାର ଟଙ୍କା ଓ ରାଜ୍ୟ ସରକାର ୨୦ ହଜାର ଟଙ୍କା ଦିଅନ୍ତୁ ।"

ଚାଷୀଙ୍କୁ ଉପଯୁକ୍ତ ଭରଣା ଦିଅନ୍ତୁ ରାଜ୍ୟ ସରକାର ବୋଲି କହିଛି କଂଗ୍ରେସ । ଚାଷୀଙ୍କ ପାଇଁ ରାଜ୍ୟ ସରକାର ନିଦ୍ରାରୁ ଉଠିବା ଦରକାର ବୋଲି କହିଛି କଂଗ୍ରେସ ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.