ETV Bharat / city

‘ତୃଣମୂଳ ସ୍ତରରେ ପହଞ୍ଚିବ ସୂଚନା ପ୍ରଯୁକ୍ତିବିଦ୍ୟା’ - ତୃଣମୂଳ ସ୍ତରରେ ପହଞ୍ଚିବ ସୂଚନା ପ୍ରଯୁକ୍ତିବିଦ୍ୟା

ଓଡ଼ିଶାକୁ ‘ଆଇଟି ହବ୍‌’ରେ ପରିଣତ କରିବା ପାଇଁ ଯୋଜନା ରହିଛି । ଏହି ଯୋଜନାକୁ ପୂରଣ କରିବା ଲାଗି ସମସ୍ତଙ୍କୁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ବିଭାଗର ସମୀକ୍ଷା ବୈଠକରେ ଏହି ପରାମର୍ଶ ଦେଇଛନ୍ତି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢ଼ନ୍ତୁ...

minister tusharkanti behera, information technology in grassroot level, ତୃଣମୂଳ ସ୍ତରରେ ପହଞ୍ଚିବ ସୂଚନା ପ୍ରଯୁକ୍ତିବିଦ୍ୟା, ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା
‘ତୃଣମୂଳ ସ୍ତରରେ ପହଞ୍ଚିବ ସୂଚନା ପ୍ରଯୁକ୍ତିବିଦ୍ୟା’
author img

By

Published : Jul 6, 2021, 10:58 PM IST

ଭୁବନେଶ୍ବର: ବର୍ତ୍ତମାନ ଯୁଗ ହେଉଛି ଆଇଟିର ଯୁଗ । ଯେଉଁ ଦେଶ ଆଇଟି କ୍ଷେତ୍ରରେ ଯେତେ ଆଗୁଆ ସେ ଦେଶ ସେତେ ସମୃଦ୍ଧ । ସମୃଦ୍ଧ ଦେଶ ଭାବେ ସମଗ୍ର ବିଶ୍ବରେ ପରିଗଣିତ ହୁଏ । ଆମ ଦେଶ ତଥା ରାଜ୍ୟର ବହୁ ଆଇଟି ଡିଗ୍ରୀଧାରୀ ବିଭିନ୍ନ ଦେଶରେ କାର୍ଯ୍ୟକରି ପ୍ରତିଷ୍ଠା ଅର୍ଜନ କରିଛନ୍ତି ।

ବିଗତ ବର୍ଷ ମାନଙ୍କ ମଧ୍ୟରେ ଆମ ରାଜ୍ୟ ଓଡ଼ିଶା ଆଇଟି କ୍ଷେତ୍ରରେ ବହୁ ଅଗ୍ରଗତି ହାସଲ କରିଛି । ତେବେ ଆଇଟି କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯିବାକୁ ଓଡି଼ଶା ଲକ୍ଷ୍ୟ ରଖିଛି । ଓଡ଼ିଶାକୁ ‘ଆଇଟି ହବ୍‌’ରେ ପରିଣତ କରିବା ପାଇଁ ଯୋଜନା ରହିଛି । ଏହି ଯୋଜନାକୁ ପୂରଣ କରିବା ଲାଗି ସମସ୍ତଙ୍କୁ ବଦ୍ଧପରିକର ହୋଇ କାର୍ଯ୍ୟ କରିବାକୁ ପଡ଼ିବ । ବିଭାଗର ସମୀକ୍ଷା ବୈଠକରେ ଏହି ପରାମର୍ଶ ଦେଇଛନ୍ତି ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ତୁଷାରକାନ୍ତି ବେହେରା ।

ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସମୀକ୍ଷା ବୈଠକ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଏଥିରେ ୫-‘ଟି’ ଉପକ୍ରମ ଅନୁସାରେ ବିଭାଗ ପକ୍ଷରୁ କରାଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇଛି । ସାଇବର ସିକୁ୍ୟରିଟି, ଭାରତ ନେଟ୍‌, ମୋ ସରକାର ଯୋଗାଯୋଗ ସେଣ୍ଟର, ମୋ ସେବା କେନ୍ଦ୍ର, ଓଡ଼ିଶା-ୱାନ୍‌ ପୋର୍ଟାଲ୍‌ର କାର୍ଯ୍ୟଧାରା ଉପରେ ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ।

ବର୍ତ୍ତମାନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଷ୍ଟେଟ୍‌ ଡ୍ୟାସ୍‌ବୋର୍ଡ ଜରିଆରେ ଜନସାଧାରଣ କୋଭିଡ୍‌ ସଂପର୍କିତ ସୂଚନା ସହିତ ଟେଷ୍ଟିଂ ରିପୋର୍ଟ ଏବଂ ଅକ୍ସିଜେନ ଯୋଗାଣ ସଂପର୍କରେ ସୂଚନା ପାଇପାରୁଛନ୍ତି । ଏଥି ସହିତ ମୋ ସରକାର ଆନାଲିଟିକ୍‌ ଡ୍ୟାସ୍‌ବୋର୍ଡ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ସ୍ମାର୍ଟ କ୍ଲାସ୍‌ରୁମ୍‌, ଉଚ୍ଚଶିକ୍ଷା ବିଭାଗର ଅନ୍‌ଲାଇନ୍‌ ଆଡ୍‌ମିଶନ୍‌ ବ୍ୟବସ୍ଥା ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କାର୍ଯ୍ୟ ଅତି ସୁଚାରୁ ରୂପେ ସମ୍ପାଦନ ହେଉଛି । ଏହା ଦ୍ବାରା ଲୋକଙ୍କ ଆଶାବିଶ୍ବାସ ଜିତିପାରିଥିବାରୁ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ସାଧୁବାଦ ଜଣାଇଛନ୍ତି । ବୈଠକରେ ବିଭାଗର ସ୍ବତନ୍ତ୍ର ଶାସନ ସଚିବ ତଥା ଓକାକ୍‌ର ସିଇଓ ମନୋଜ କୁମାର ପଟ୍ଟନାୟକ ଏବଂ ଓକାକ୍‌ର ଜେନେରାଲ୍‌ ମ୍ୟାନେଜର ମଧୁମିତା ରଥ ପ୍ରମୁଖ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.