ETV Bharat / city

ଗମ୍ଭୀର ହେଉଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ - ସ୍ଥିତି ପରଖିଲେ ମନ୍ତ୍ରୀ ଟୁକୁନି ସାହୁ

ରାଜ୍ୟରେ ବନ୍ୟା ସ୍ଥିତି ଗମ୍ଭୀର ହେବାକୁ ଲାଗିଥିବା ବେଳେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ ସ୍ଥିତିର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ

ଗମ୍ଭୀର ହେଉଛି ବନ୍ୟାସ୍ଥିତି, ସମୀକ୍ଷା କଲେ ଜଳସମ୍ପଦ ମନ୍ତ୍ରୀ

author img

By

Published : Aug 22, 2022, 12:24 PM IST

ଭୁବନେଶ୍ବର: ଲଘୁଚାପ ପରେ ଲଘୁଚାପ ଯୋଗୁଁ ଗମ୍ଭୀର ହେବାରେ ଲାଗିଛି ବନ୍ୟା ସ୍ଥିତି (Odisha Flood) । ନଦୀ ଫୁଲିବା ପରେ ହନ୍ତସନ୍ତ ହେଉଛନ୍ତି ରାଜଧାନୀବାସୀଙ୍କଠୁ ଆରମ୍ଭ କରି ତଳିଆ ଲୋକେ । ତେବେ ଜଳସମ୍ପଦ ମନ୍ତ୍ରୀ ଟୁକୁନି ସାହୁ (Minister Tukuni Sahu) ରାଜ୍ୟର ବନ୍ୟା ସ୍ଥିତି ସଂପର୍କରେ ସମୀକ୍ଷା କରୁଛନ୍ତି । ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ସଚିବ, ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଓ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ମନ୍ତ୍ରୀ ।

ଏହା ବି ପଢନ୍ତୁ- Weather Update, ଦୁର୍ବଳ ହେଲା ଗଭୀର ଅବପାତ, ରାଜ୍ୟରେ କମିପାରେ ବର୍ଷା

ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ଓ ମହାନଦୀ ଅବବାହିକାରେ ଛାଡୁଥିବା ବନ୍ୟା ସ୍ଥିତିର ସମୀକ୍ଷା କରୁଛନ୍ତି ମନ୍ତ୍ରୀ । ରାଜ୍ୟର ନଦୀଗୁଡ଼ିକର ଜଳପ୍ରବାହର ସ୍ଥିତି ସଂପର୍କରେ ଜଳସଂପଦ ବିଭାଗର ବରିଷ୍ଠ ଯନ୍ତ୍ରୀମାନଙ୍କ ସହ ସେ ଆଲୋଚନା କରିଛନ୍ତି । ଆଗାମୀ ୨୩ ତାରିଖରେ ଲଘୁଚାପ ବର୍ଷାକୁ ଆଖି ଆଗରେ ରଖି ପଦକ୍ଷେପ ବାବଦରେ ମନ୍ତ୍ରୀ ଆଲୋଚନା କରୁଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.