ETV Bharat / city

ସ୍କୁଲ ବସକୁ ଶିକ୍ଷାମନ୍ତ୍ରୀଙ୍କ ତାଗିଦ, ଆବଶ୍ୟକଠୁ ଯାଉଥିଲେ ଅଧିକ ଛାତ୍ରଛାତ୍ରୀ - କେନ୍ଦୁଝର ଗସ୍ତରେ ମନ୍ତ୍ରୀ ସମୀର ଦାଶ

ପିଲାମାନେ କଣ ଲଗେଜ । ଏମିତି ସବୁ ପିଲା ଯାଆନ୍ତି । ଏପରି କହି ମଝିରାସ୍ତାରେ ସ୍କୁଲ ବସ୍‌କୁ ଅଟକାଇ ମନ୍ତ୍ରୀ ସମୀର ଦାଶ ଡ୍ରାଇଭରକୁ ତାଗିଦ କରିଛନ୍ତି । ଅଧିକ ପଢନ୍ତୁ

ସ୍କୁଲ ବସକୁ ଶିକ୍ଷମାନ୍ତ୍ରୀଙ୍କ ତାଗିଦ, ଆବଶ୍ୟକଠୁ ଯାଉଥିଲେ ଅଧିକ ଛାତ୍ରଛାତ୍ରୀ

author img

By

Published : Jun 23, 2022, 5:40 PM IST

Updated : Jun 23, 2022, 6:05 PM IST

ଭୁବନେଶ୍ବର: ଚାରି ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି ଗସ୍ତରେ ରାସ୍ତାରେ ଅଟକାଇ ସ୍କୁଲବସକୁ କରିଛନ୍ତି ତାଗିଦ । ବସଟି ଆବଶ୍ୟକତାଠୁ ଅଧିକ ଛାତ୍ରଛାତ୍ରୀ ନେଇ ବିଦ୍ୟାଳୟକୁ ଯାଉଥିବା ବେଳେ ମନ୍ତ୍ରୀ ମଝି ରାସ୍ତାରେ ଅଟକାଇ ତାଗିଦ କରିଥିବା ଦେଖିବାକୁ ମିଳିଛି ।

ସ୍କୁଲ ବସକୁ ଶିକ୍ଷମାନ୍ତ୍ରୀଙ୍କ ତାଗିଦ, ଆବଶ୍ୟକଠୁ ଯାଉଥିଲେ ଅଧିକ ଛାତ୍ରଛାତ୍ରୀ

ମନ୍ତ୍ରୀ ସମୀର ଦାଶ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସରକାରୀ ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ବିଦ୍ୟାଳୟ ଗସ୍ତ କରିଛନ୍ତି । ଏହି ଅବସରରେ ଏକ ସ୍କୁଲ ବସ ରାସ୍ତାରେ ଅଟକାଇ ଯାଞ୍ଚ ମଧ୍ୟ କରିଛନ୍ତି । ସ୍କୁଲ ବସରେ ଅତ୍ୟଧିକ ଛାତ୍ରଛାତ୍ରୀ ଯାଉଥିବାର ଗଣଶିକ୍ଷା ମନ୍ତ୍ରୀଙ୍କ ନଜରକୁ ଆସିଥିଲା । ବସକୁ ଅଟକାଇ ବସ ଡ୍ରାଇଭରଙ୍କୁ ତାଗିଦ କରିଥିଲେ । ସେହି ଭିଡିଓରେ ଗଣଶିକ୍ଷା ମନ୍ତ୍ରୀ କହୁଛନ୍ତି ଯେ " ପିଲାମାନେ କଣ ଲଗେଜ । ଏମିତି ସବୁ ପିଲା ଯାଆନ୍ତି । ସ୍କୁଲ ନାମ ପଚାରୁଛନ୍ତି ଏବଂ ଶେଷରେ ନୋଟିସ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଉଛନ୍ତି"।

ଏପଟେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି । ସ୍କୁଲରେ ପାଠପଢିବା ସମୟରେ ମନ୍ତ୍ରୀ କ୍ଳାସ ରୁମରେ ପିଲାଙ୍କ ସହ ପାଠ ପଢ଼ାରେ ତଦାରଖ କରିଥିଲେ । ପିଲାକୁ ମଧ୍ୟ ପାଠ ବିଷୟରେ ଆଲୋଚନା ମଧ୍ୟ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Jun 23, 2022, 6:05 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.