ETV Bharat / city

ବେସରକାରୀ ସ୍କୁଲ ପାଇଁ ସରକାର କିଛି ଫି’ ନିର୍ଦ୍ଧାରଣ କରିନାହାଁନ୍ତି: ଗଣଶିକ୍ଷା ମନ୍ତ୍ରୀ

author img

By

Published : Nov 23, 2020, 4:48 PM IST

ବେସରକାରୀ ସ୍କୁଲ ଫି ନେଇ ପ୍ରତିକ୍ରିୟା ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବେସରକାରୀ ସ୍କୁଲ ପାଇଁ ସରକାର କିଛି ଫି’ ନିର୍ଦ୍ଧାରଣ କରିନାହାଁନ୍ତି ବୋଲି ସେ କହିଛନ୍ତି । ଅଧିକ ପଢନ୍ତୁ...

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ
ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ବର: ବେସରକାରୀ ସ୍କୁଲ ଫି ନେଇ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ବେସରକାରୀ ସ୍କୁଲ ପାଇଁ ସରକାର କିଛି ଫି ନିର୍ଦ୍ଧାରଣ କରିନାହାଁନ୍ତି । ଏପରି କିଛି ଆଇନ ରାଜ୍ୟ ସରକାରଙ୍କ ନାହିଁ ବୋଲି କହିଲେ ମନ୍ତ୍ରୀ । ସେହିପରି ହାଇକୋର୍ଟ କଣ ନିର୍ଦ୍ଦେଶ ଦେଇଛନ୍ତି ତାହା ଜାଣିନାହୁଁ । ଅର୍ଡର କପି ହସ୍ତଗତ ହେବା ପରେ ଉତ୍ତର ରଖାଯିବ ବୋଲି ସେ କହିଛନ୍ତି ।

ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଏହାସହ ସ୍କୁଲ ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବାପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି । ସେଥିପାଇଁ ସରକାର ସ୍କୁଲ ମିଶ୍ରଣ କରୁଛନ୍ତି । ଯେଉଁଠି ଖେଳ ପଡିଆ, ବିଜ୍ଞାନଗାର, ଲାଇବ୍ରେରୀ ବ୍ୟବସ୍ଥା କରାଯାଉଛି । ଯାହା ଫଳରେ ପିଲାମାନଙ୍କ ଆଗ୍ରହ ବଢିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ସୂଚନାଥାଉକି, ସ୍କୁଲ୍ ଫି ହ୍ରାସ ପାଇଁ ଆଜି ହାଇକୋର୍ଟଙ୍କ ଶୁଣାଣି ଥିଲା । ଏନେଇ ଶୁଣାଣି ସମୟରେ ରାଜ୍ୟ ସରକାରଙ୍କଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି ହାଇକୋର୍ଟ । ସ୍କୁଲ ଫି କେତେ ହ୍ରାସ କରିପାରିବେ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ହାଇକୋର୍ଟରେ ଏନେଇ ସତ୍ୟପାଠ ଦାଖଲ କରିବାକୁ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ଡିସେମ୍ବର 2ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.