ETV Bharat / city

ସ୍କୁଲ ବନ୍ଦ ସମ୍ପର୍କରେ ମୁହଁ ଖୋଲିଲେ ମନ୍ତ୍ରୀ

author img

By

Published : Nov 21, 2020, 6:06 PM IST

ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗ । ମୁହଁ ଖୋଲିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଅଧିକ ପଢନ୍ତୁ...

ସ୍କୁଲ ବନ୍ଦ ସମ୍ପର୍କରେ ମୁହଁ ଖୋଲିଲେ ମନ୍ତ୍ରୀ
ସ୍କୁଲ ବନ୍ଦ ସମ୍ପର୍କରେ ମୁହଁ ଖୋଲିଲେ ମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲ ବନ୍ଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସ୍କୁଲ ବନ୍ଦ କରିବା ନୁହେଁ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ କହିଛନ୍ତି ।

ରାଜ୍ୟରେ 14ହଜାର ସ୍କୁଲ ନୁହେଁ ଉଭୟ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମିଶି 7772 ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ବୋଲି ସେ ଦର୍ଶାଇଛନ୍ତି ।

ସେହିପରି ଗତକାଲି ହୋଇଥିବା ସର୍ବଦଳୀୟ ବୈଠକ ନିଷ୍ପତି ଅନୁସାରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ତାହା କାର୍ଯ୍ୟକାରୀ କରାଯିବ । ତେବେ କୌଣସି ଛାତ୍ରଛାତ୍ରୀ ଯେମିତି ଡ୍ରପଆଉଟ ନ ହୁଅନ୍ତି ତାକୁ ଆଖି ଆଗରେ ରଖି ବହୁ ଆଗରୁ ନିଷ୍ପତ୍ତି ନିଆଯାଇଛି ବୋଲି ମଧ୍ୟ ମନ୍ତ୍ରୀ କହିଛନ୍ତି ।

ଆଗକୁ ସ୍କୁଲରେ ଶ୍ରେଣୀ ଶିକ୍ଷକ ରହୁଥିଲେ । କିନ୍ତୁ ପିଲା କମ୍ ପାଇଁ ଶ୍ରେଣୀ ଶିକ୍ଷକ ଦେବା ସମ୍ଭବ ହେଉନାହିଁ । ଗୋଟିଏ ସ୍କୁଲରେ ଯଦି ଏକା ସାଙ୍ଗରେ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ବସନ୍ତି ତେବେ ଶିକ୍ଷକ ପାଠ ପଢେଇବା ଅସୁବିଧା ହେବ । ଏ ସଂକ୍ରାନ୍ତରେ ବିବୃତି ରଖାଯାଇଛି । ସ୍କୁଲ ବନ୍ଦ କରି ପିଲାଙ୍କୁ ହଇରାଣ କରିବାର ଉଦ୍ଦେଶ୍ୟ ରାଜ୍ୟ ସରକାରଙ୍କର ନୁହେଁ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

ସୂଚନାଥାଉକି, ଆଜି ବିଧାନସଭା ଶୀତ ଅଧିବେଶନର ଦ୍ବିତୀୟ ଦିନରେ ଏହି ପ୍ରସଙ୍ଗ ବିରୋଧୀ ଉଠାଇବା ସହ ହୋହଲ୍ଲା କରିଥିଲେ । ଫଳରେ ଆସନ୍ତାକାଲି ଯାଏ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.