ETV Bharat / city

ସଟଡାଉନ କଟକଣାକୁ ସମବାୟ ମନ୍ତ୍ରୀଙ୍କ ବେଖାତିର - ସମବାୟ ମନ୍ତ୍ରୀ

କୋଭିଡ ନିୟମକୁ ଉଲ୍ଲଂଘନ କରି ସମବାୟ ଦିବସ ଅବସରରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । ସଭାରେ ଉପସ୍ଥିତ ଥିଲେ ଅନ୍ୟାନ୍ୟ କର୍ମଚାରୀ । ଅଧିକ ପଢନ୍ତୁ...

ସଟ ଡାଉନ କଟକଣାକୁ ସମବାୟ ମନ୍ତ୍ରୀଙ୍କ ବେଖାତିର

author img

By

Published : Jul 4, 2020, 8:59 PM IST

ଭୁବନେଶ୍ବର: ଦେଶ ତଥା ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ମହାମାରୀ କୋରୋନାର ସଂକ୍ରମଣ । ଏହା ଉପରେ ନିୟନ୍ତ୍ରଣ ଆଣିବା ପାଇଁ ସରକାର ଜାରି କରିଛନ୍ତି ଦ୍ବିତୀୟ ପର୍ଯ୍ୟାୟ ଅନଲକ । ତେବେ ଏହି ଅନଲକ-2ରେ ରାଜଧାନୀ ଭୁବନେଶ୍ବର ସମେତ 10ଟି ଜିଲ୍ଲକୁ ସଟଡାଉନ ଘୋଷଣା କରାଯାଇଛି । ଏହି ସମୟ ମଧ୍ୟରେ ସରକାରୀ ଅଫିସ ସମେତ ଦୋକାନ ବଜାର ବନ୍ଦ ରହିଛି । କେବଳ ଅତ୍ୟାବଶ୍ୟକ ସେବା ଯୋଗାଣ କରୁଥିବା ଅନୁଷ୍ଠାନ ନିଜର କାର୍ଯ୍ୟ କରୁଥିବାବେଳେ ସରକାରଙ୍କ ଏହି ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରିଛନ୍ତି ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

କଟକଣା ଜାରି ସତ୍ତ୍ବେ ରାଜ୍ୟ ସରକାରଙ୍କ ସମବାୟ ମନ୍ତ୍ରୀ ସୋମବାର ସକାଳ 10ଟାରେ ସହିଦ ନଗରରେ ଥିବା ରାଜ୍ୟ ସମବାୟ ୟୁନିୟନରେ ସବୁ କର୍ମଚାରୀମାନଙ୍କ ସହ ଅନ୍ତର୍ଜାତୀୟ ସମବାୟ ଦିବସକୁ ପତାକା ଉତ୍ତୋଳନ କରି ଉଦଘାଟନ କରିଥିଲେ । ଏହି ଅବସରରେ ଅନେକ ସଂଖ୍ୟାରେ ସରକାରୀ କର୍ମଚାରୀମାନେ ମଧ୍ୟ ଯୋଗଦାନ କରିଥିଲେ ।

କୋରୋନା ସଂକ୍ରମଣ ପାଇଁ ମନ୍ଦିର ଠୁ ଆରମ୍ଭ କରି ହୋଟେଲ ମଲ ଆଦି ଦୀର୍ଘ ଦିନରୁ ଧରି ବନ୍ଦ ରହିଛି । ସେହିଭଳି ସରକାରୀ କାର୍ଯ୍ୟାଳୟରେ ଅଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ ହେଉଛି । କୌଣସି ପ୍ରକାର ସଭା ସମିତିର ଆୟୋଜନ ନେଇ ମଧ୍ୟ କଟକଣା ଲଗାଯାଇଛି । ତେବେ ଏପରିସ୍ଥିତିରେ ମନ୍ତ୍ରୀ କିପରି ଏହି ସଭାରେ ଯୋଗ ଦେଲେ, ଏନେଇ ଚର୍ଚ୍ଚା ଜୋର ଧରିଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.