ଭୁବନେଶ୍ବର: ରାଜ୍ୟରେ କିପରି କାର୍ଯ୍ୟ କରୁଛି ‘ମୋ ସରକାର’ ଓ ‘5ଟି’ଯୋଜନା। ପଞ୍ଚାୟତରାଜ ବିଭାଗରେ ସଫଳ ଭାବେ ଏହା କାର୍ଯ୍ୟ କରୁଛି କି ନାହିଁ, ସେ ନେଇ ଫୋନ ଯୋଗେ ସିଧାସଳଖ ଲୋକଙ୍କ ସହ କଥା ହୋଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା।
‘ମୋ ସରକାର’ ଓ ‘୫ଟି’ କାର୍ଯ୍ୟକାରିତା ନେଇ ୧୦ ଜଣ ହିତାଧିକାରୀଙ୍କ ସହ କଥା ହୋଇଥିଲେ ମନ୍ତ୍ରୀ ପ୍ରତାପ ଜେନା। ବ୍ଲକ ଅଫିସ୍କୁ ଆସୁଥିବା ଲୋକଙ୍କ ଠାରୁ ସେମାନଙ୍କ ସମସ୍ୟା ଓ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହଯୋଗ ନେଇ ମତାମତ ଲୋଡିଥିଲେ। ଆଗକୁ ଏହି ପକ୍ରିୟା ଜାରି ରହିବ ବୋଲି ମନ୍ତ୍ରୀ କହିଛନ୍ତି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ