ETV Bharat / city

ଜଳବନ୍ଦୀକୁ ନେଇ ନଗର ଉନ୍ନୟନ ମନ୍ତ୍ରୀଙ୍କ ସମୀକ୍ଷା

author img

By

Published : Jun 12, 2019, 8:13 PM IST

କଟକକୁ ଜଳବନ୍ଦୀ ସମସ୍ୟାରୁ ମୁକୁଳାଇବା ପାଇଁ ଅଣ୍ଟା ଭିଡିଛନ୍ତି ସରକାର । ଏନେଇ ବୁଧବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗୀୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଆଗକୁ ବର୍ଷା ଦିନ । ବର୍ଷା ଋତୁ ଆସିଲେ ଜଳବନ୍ଦୀରେ କଟକ ବାସିନ୍ଦା । ଜଳବନ୍ଦୀ ସମସ୍ୟାରୁ କିପରି ମୁକୁଳିବେ କଟକବାସୀ । ସେନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବର୍ଷା ଦିନେ ଯେଭଳି କୈଣସି ସ୍ଥାନରେ ଜଳବନ୍ଦୀ ହେବନାହିଁ ଏହା ସହ ଠିକ୍ ଭାବେ ଜଳ ନିଷ୍କାସନ ହୋଇପାରିବ ସେନେଇ ଆଲୋଚନା ହୋଇଛି । ବର୍ଷା ଦିନ ପୂର୍ବରୁ କଟକର ସମସ୍ତ ଡ୍ରେନକୁ ସଫା କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ବାକିଥିବା କାର୍ଯ୍ୟ ତୁରନ୍ତ ସାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ଅବସରରେ ଜାଇକା ପ୍ରକଳ୍ପକୁ ମଧ୍ୟ ଫୋକସ କରାଯାଇଥିଲା । ଏହାକୁ କିଭଳି ଶିଘ୍ର ଶେଷ କରାଯିବ ସେନେଇ ଆଲୋଚନା ହୋଇଥିଲା । ବର୍ଷା ଦିନେ କଟକ ସହରକୁ ଜଳବନ୍ଦୀରୁ ମୁକ୍ତ କରିବା ମୁଖ୍ୟ ଲକ୍ଷ୍ୟ ଥିବା କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.