ETV Bharat / city

NITI Aayogଙ୍କ ରିପୋର୍ଟ ଉପରେ ଉତ୍ତର ରଖିଲେ ଯୋଜନା ସମନ୍ବୟ ମନ୍ତ୍ରୀ

author img

By

Published : Dec 2, 2021, 9:37 PM IST

ନୀତି ଆୟୋଗ (NITI Aayog Report)ଙ୍କ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଧାନସଭା(Odisha assembly)ରେ ଘେରିଲେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ (BJP chief whip Mohan Majhi) । ଅଧିକ ପଢନ୍ତୁ

Odisha assembly
Odisha assembly

ଭୁବନେଶ୍ବର: ନୀତି ଆୟୋଗ (NITI Aayog Report)ଙ୍କ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ବିଧାନସଭା(Odisha assembly)ରେ ଘେରିଲେ ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ(BJP chief whip Mohan Majhi) । ମୋହନ ପ୍ରଶ୍ନ କରି ଥିଲେ ନୀତି ଆୟୋଗ ରିପୋର୍ଟ ୨୦୨୧ ଆଧାରରେ ଦେଶର ତଳଆଡୁ ୫ଟି ରାଜ୍ୟ ମାନଙ୍କ ତାଲିକାରେ ଥିବା ଓଡିଶାର ୩୨.୫ % ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି । ୪୭ % ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ୨୯ % ଶିଶୁଙ୍କ ସ୍ବାସ୍ଥ୍ୟଜନିତ ଅଭିବୃଦ୍ଧି ଘଟୁନାହିଁ । ବିଦ୍ୟାଳୟରେ ପିଲାଙ୍କ ଭର୍ତ୍ତି ହାର ୯୪% ରୁ ୭୧ % କୁ ହ୍ରାସ ଘଟିଥିବା ଭଳି ଲଜ୍ଜାଜନକ ସ୍ଥିତି ପଛର କାରଣ କଣ ? ଏହାକୁ ସୁଧାରିବା ପାଇଁ ସରକାର କଣ ଯୋଜନା କରିଛନ୍ତି । କେତେ ଅର୍ଥ ଖର୍ଚ୍ଚ ହୋଇଛି ? ସେସବୁର କାର୍ଯ୍ୟାନ୍ଵୟର ହାର କେତେ ?

ଉତ୍ତର ଦେଇ ଯୋଜନା ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା (Planning and Coordination Minister Padmanabha Behera) ବର୍ଷୱାରୀ ଓ ଜିଲ୍ଲାୱାରୀ ତଥ୍ୟ ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ନୀତି ଆୟୋଗ ଯେଉଁ ରିପୋର୍ଟ ଦେଇଛନ୍ତି ତାହା ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ୨୦୧୧-୧୨ ମସିହାର ଆକଳନ ଉପରେ ଆଧାରିତ । ଏହାବାଦ ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ (National Family Health Survey) (NFHS) ୨୦୦୫-୨୦୦୬ ଅନୁଯାୟୀ ରକ୍ତହୀନତାର ଶିକାର ହେଉଥିବା ଗର୍ଭବତୀ ମହିଳାଙ୍କର ହାର ୬୮.୧ % ଥିବା ବେଳେ ଏହା ହ୍ରାସ ପାଇ NFHS - 4 ୨୦୧୫-୧୬ ରେ ୪୭.୬ % ରେ ପହଞ୍ଚିଛି ।

ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରୟୋଜିତ ଯୋଜନା ଯଥା Advika- every girl is unique , Mothers Absolute Affection ( MAA ) Programme , Micronutrient Supplementation Activities , National Iron Plus Initiative Programme for Anemia Control , Deworming , Promotion of Infant and Young Child Feeding (YCF ) , ଇତ୍ୟାଦିର ସଫଳ ରୂପାୟନ ଯୋଗୁଁ ହ୍ରାସର ପରିମାଣ ୨୦.୫ ପ୍ରତିଶତ ହୋଇଛି। ସେହିପରି ଶିଶୁଙ୍କ ସ୍ବାସ୍ଥ୍ୟ ଜନିତ ଅଭିବୃଦ୍ଧି ଅଟକିଯିବା ପ୍ରସଙ୍ଗରେ ( stunting ) ହାର NFHS - 3 , NFHS - 4 , NFHS - 5 ର ତଥ୍ୟ ଅନୁଯାୟୀ ଯଥାକ୍ରମେ ୪୫.୦ , ୩୪.୧ , ୩୧.୦ ଥିବା କହିଛନ୍ତି ମନ୍ତ୍ରୀ ଏହାର ଅର୍ଥ ଏହି କ୍ଷେତ୍ରରେ ମଧ୍ୟ ବେଶ ଉନ୍ନତି ଘଟିଛି । ଯାହାକି ଏକ ସକାରାତ୍ମକ ସୂଚନା ବୋଲି ମନ୍ତ୍ରୀ କହିଛନ୍ତି ।

ସେହିପରି ନୀତି ଆୟୋଗ ରିପୋର୍ଟ ୨୦୨୧-୨୧ ରେ ପ୍ରକାଶିତ Adjusted Net Enrolment Rate ( ANER ) Elementary 1-8 71.57 % 266 , ଯାହାକି 201819 ବର୍ଷର ତଥ୍ୟ ଉପରେ ଆଧାରିତ । କିନ୍ତୁ UNIFIED DISTRICT INFORMATION SYSTEM for EDUCATION ( UDISE ) ୨୦୧୯-୨୦ ର ତଥ୍ୟ ଅନୁଯାୟୀ ଆମ ରାଜ୍ୟରେ Adjusted Net Enrolment Rate ( ANER ) Elementary ( 1-8 ) 91.4 % କୁ ବୃଦ୍ଧି ଘଟିଛି । ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରଚଳିତ ବିଭିନ୍ନ ଯୋଜନା ଯଥା , ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା ଏବଂ (Mid Day Meal) ଦ୍ବାରା ଉପସ୍ଥାନ ବୃଦ୍ଧି ଘଟିଛି । ମହିଳା , ଶିଶୁ ବିକାଶ , ସ୍ବାସ୍ଥ୍ୟ ଓ ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ନିଆଯାଇଥିବା ସକାରାତ୍ମକ ପଦକ୍ଷେପ ଗୁଡିକର ଏହା ଫଳାଫଳ ବୋଲି ମନ୍ତ୍ରୀ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.