ETV Bharat / city

ବସ ଚଳାଚଳ ସ୍ବାଭାବିକ ନେଇ ଆଶାବାଦୀ ପରିବହନ ମନ୍ତ୍ରୀ - ପରିବହନ ମନ୍ତ୍ରୀ

ରାଜ୍ୟରେ ଘରୋଇ ବସ ଚଳାଚଳ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବସ ଚଳାଚଳ ସ୍ବାଭାବିକ ନେଇ ଆଶାବାଦୀ ପରିବହନ ମନ୍ତ୍ରୀ

author img

By

Published : Sep 1, 2020, 9:48 PM IST

ଭୁୂବେନଶ୍ବର: କୋରୋନା କଟକଣା ଏବଂ ଲୋକଙ୍କ ଯାତାୟାତ କମ ଥିବାରୁ ରାଜ୍ୟରେ ଘୋରାଇ ବସ ଚଳାଚଳ ଅସ୍ବଭାବିକ ରହିଥିଲା । ମାତ୍ର ଏବେ ଅନଲକ-4ରେ ରାଜ୍ୟ ସରକାର ଲକଡାଉନ ଓ ସଟଡାଉନ୍ କଟକଣା ଉଠାଇ ଦେଇଛନ୍ତି । ତେବେ ରାଜ୍ୟରେ ଘରୋଇ ବସ ଚଳାଚଳ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ବସ ଚଳାଚଳ ସ୍ବାଭାବିକ ନେଇ ଆଶାବାଦୀ ପରିବହନ ମନ୍ତ୍ରୀ

ଏଣିକି ରାଜ୍ୟରେ ବସ ଚଳାଚଳ ସ୍ୱାଭାବିକ ହେବା ନେଇ ଆଶା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି । ଉଭୟ ଘରୋଇ ଓ ସରକାରୀ ବସ ଚଳାଚଳ ସ୍ୱାଭାବିକ ହେବ । କଟକଣା କୋହଳ ହୋଇଥିବାରୁ ବସ ଚଳାଚଳରେ ଆଉ ଅସୁବିଧା ନାହିଁ । ବସ ଚଳାଇବା ସମୟରେ କୋଭିଡ ନିୟମ ମାନିବାକୁ ବାଧ୍ୟତା ମୂଳକ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ଉଭୟ ଯାତ୍ରୀ ଓ ବସ କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କ୍ଷମତାଠୁ ଅଧିକ ଯାତ୍ରୀ ନେଇ ପାରିବେ ନାହିଁ ବୋଲି ପରିବହନ ମନ୍ତ୍ରୀ କହିଛନ୍ତି ।

ତେବେ ପୂର୍ବରୁ ବସ ଚଳାଚଳ ପାଇଁ ଅନୁମତି ମିଳିଥିଲେ ବି ପ୍ୟାସେଞ୍ଜର ନ ହେବାରୁ ବହୁତ କମ ବସ ଚଳାଚଳ କରୁଥିଲା । ଏବେ ପ୍ରାୟ କଟକଣା କୋହଳ ହୋଇଥିବାରୁ ଆଗକୁ ବସ ଚଳାଚଳ ସମ୍ପୂର୍ଣ ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ବସ ମାଲିକ ସଂଘର ଦାବି ମୁତାବକ ଓ ସ୍ଥିତିକୁ ଦେଖି ଟ୍ୟାକ୍ସ ଛାଡ ସହ ଅନ୍ୟାନ୍ୟ ଦାବି ପୂରଣ କରାଯାଇଛି । ଏବେ କଟକଣା କୋହଳ ହୋଇଥିବାରୁ ବସ ମାଲିକ ମାନେ ବସ ଚଳାଚଳ କଲେ ଲୋକମାନେ ଜାଣିପାରି ବସରେ ଯାତାୟାତ ଆରମ୍ଭ କରିବେ।

ସେପଟେ ବସ ଚଳାଚଳକୁ ନେଇ ଘରୋଇ ବସ ମାଲିକ ସଂଘ ପକ୍ଷରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି । ଲାକଡାଉନ ଓ ସଟଡାଉନ ଉଠିବା ସେ ସ୍ୱାଗତଯୋଗ୍ୟ ବୋଲି କହିଛନ୍ତି । ଏବେ ଘରୋଇ ବସ ସଂଖ୍ୟା 16 ହଜାର ରହିଛି । କେତେ ଅଧିକ ଗାଡି ଅନରୋଡ଼ ଆସିବ କାଲିସୁଦ୍ଧା କହିହେବ ବୋଲି କହିଲା ରାଜ୍ୟ ବସ ମାଲିକ ସଂଘ।

ଭୁବନେଶ୍ବରରେ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.