ଭୁବନେଶ୍ବର: କୋରୋନାରୁ ସୁସ୍ଥ ହେଲେ ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ। ଗତ କିଛିଦିନ ତଳେ ସେ କୋରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ବୁଧବାର ସେ କୋରୋନାରୁ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ।
କୋରୋନାରୁ ସୁସ୍ଥ ହେବାପରେ ନିଜର ପ୍ରସଂଶକ ଓ ହସ୍ପିଟାଲର ଡାକ୍ତର, ନର୍ସ ଅନ୍ୟ କର୍ମଚାରୀଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। "ମୋର ଆଶୁ ଆରୋଗ୍ୟ କାମନା କରିଥିବାରୁ ସଭିଙ୍କୁ ଅଶେଷ ଧନ୍ୟବାଦ ଜଣାଉଛି । ବିଶେଷ କରି ଡାକ୍ତର ଓ ମେଡିକାଲ ଟିମକୁ ମୁଁ ଧନ୍ୟବାଦ ଦେଉଛି । ନିରବିଚ୍ଛିନ୍ନ ଭାବେ କୋଭିଡ ଯୋଦ୍ଧାମାନେ କାର୍ଯ୍ୟ କରି ଚାଲିଛନ୍ତି । ଏଥିପାଇଁ ସଭିଙ୍କ ପାଖରେ ମୁଁ ଉପକୃତ ରହିବି।" ଟ୍ବିଟ କରି ଏହା କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।
ତେବେ କୋରୋନାରୁ ସୁସ୍ଥ ହେବାପରେ ତାଙ୍କୁ କିଛି ଦିନ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି ଡାକ୍ତର। ବୁଧବାର କୋରୋନା ସୁ୍ସ୍ଥ ହେବାପରେ ଟ୍ବିଟ କରି ସୂଚନା ଦେଇଛନ୍ତି ମନ୍ତ୍ରୀ ।