ଭୁବନେଶ୍ବର: ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ସରପ୍ରାଇଜ ଭିଜିଟ୍ । ଭୁବନେଶ୍ବର ପାତ୍ରପଡା ସ୍ଥିତ ‘ସ୍ମୃତିବନ’ ଏବଂ ଔଷଧୀୟ ବୃକ୍ଷ ଜ୍ଞାନକେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ ମନ୍ତ୍ରୀ । ‘ସ୍ମୃତିବନ’ର ନିୟମିତ ଭାବେ ଉପଯୁକ୍ତ ରକ୍ଷଣାବେକ୍ଷଣ ପାଇଁ ମନ୍ତ୍ରୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
‘ସ୍ମୃତିବନ’ରେ ଅନେକ ଦୁର୍ଲଭ ବୃକ୍ଷର ଚାରା ରୋପଣ କରାଯାଇଥିବାରୁ ଏଠାରେ ବୁନ୍ଦା ଜଳସେଚନ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ କରିବାକୁ ସିଟି ଡିଏଫ୍ଓଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ମନ୍ତ୍ରୀ ଚନ୍ଦକା ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ମୌଜାରେ ହେବାକୁ ଥିବା ରାଜ୍ୟ ଫରେଷ୍ଟ ଏକାଡେମୀର ଜମି ବୁଲି ଦେଖିଥିଲେ । ଏହି ଏକାଡେମୀ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ୭.୪୪ ଏକର ଜମି ଯୋଗାଇ ଦିଆଯାଇଛି । ୪୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଜମି ଏବଂ ତା’ର ପାରିପାର୍ଶ୍ବିକ ଅଞ୍ଚଳ ମଧ୍ୟ ବୁଲି ଦେଖିଥିଲେ ।
ମନ୍ତ୍ରୀଙ୍କ ଏହି ପରିଦର୍ଶନ ସମୟରେ ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଡ.ସନ୍ଦୀପ ତ୍ରିପାଠୀ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ