ETV Bharat / city

ଅପରାଜିତାଙ୍କୁ ଅଶୋକଙ୍କ କଟାକ୍ଷ: ପଞ୍ଚାୟତ ନିର୍ବାଚନ ପରାଜୟରୁ ମୁକୁଳି ନାହାନ୍ତି ସାଂସଦ

author img

By

Published : Mar 24, 2022, 7:10 PM IST

ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କଟାକ୍ଷ କଲେ ମନ୍ତ୍ରୀ ଅଶୋକ ପଣ୍ତା । ପଞ୍ଚାୟତ ନିର୍ବାଚନରେ ଯେଉଁ ଭଳି ଭାବରେ ତାଙ୍କର ଦଳର ନୈରାଶ୍ୟ ଜନକ ଭାବରେ ପ୍ରଦର୍ଶନ କରିଛି । ତାଙ୍କ ମନରେ ନିଶ୍ଚିତ ଭାବରେ ଆଘାତ ଲାଗିଥିବ କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ

ଅପରାଜିତାଙ୍କୁ ଅଶୋକଙ୍କ କଟାକ୍ଷ :ପଞ୍ଚାୟତ ନିର୍ବାଚନ ପରାଜୟରୁ ମୁକୁଳି ନାହାନ୍ତି ସାଂସଦ

ଭୁବନେଶ୍ବର : ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ କଟାକ୍ଷ କଲେ ମନ୍ତ୍ରୀ ଅଶୋକ ପଣ୍ତା । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଯେଉଁ ଭଳି ଭାବରେ ତାଙ୍କର ଦଳର ନୈରାଶ୍ୟ ଜନକ ଭାବରେ ପ୍ରଦର୍ଶନ କରିଛି । ତାଙ୍କ ମନରେ ନିଶ୍ଚିତ ଭାବରେ ଆଘାତ ଲାଗିଥିବ।

ତାହା ଆମେ ବୁଝିପାରୁଛୁ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା। ଭୁବନେଶ୍ୱର ସାଂସଦଙ୍କ ପ୍ରତି ଆମର ଅଧିକ ସମ୍ମାନ ରହିଛି। ମୁଁ ତାଙ୍କ ମନ କଥା ବୁଝିପାରୁଛି ।

ନିଶ୍ଚିନ୍ତ ଭାବରେ ତାଙ୍କୁ ବହୁତ କଷ୍ଟ ହେଉଥିବ। ଏହି ଯେଉଁ ଅଭିଯୋଗ କରୁଛନ୍ତି ଏ ହେଉଛି ସେହିଭଳି ଅଭିଯୋଗ ଯେଉଁଠି ସେହି ଲୋକ ଜାଣେ ତାଙ୍କ ସପକ୍ଷରେ ଜନାଦେଶ ଯାଉ ନାହିଁ। ସେ ଏହିଭଳି ଭାବରେ ଅଭିଯୋଗର ଆଶ୍ରୟ ନିଅନ୍ତି ବୋଲି କହିଛନ୍ତି ଅଶୋକ ପଣ୍ଡା। ନିର୍ବାଚନକୁ ନେଇ ଅପରାଜିତା ଷଡଙ୍ଗୀ ଏକ ଟୁଇଟ କରିଥିଲେ । ନିର୍ବାଚନରେ ଟଙ୍କା ବଣ୍ଟନ ନ କରି ବିଜେଡି ଜିତିପାରିବ ନାହିଁ।

ସେ ଆହୁରି ଲେଖିଥିଲେ ଯେ ଭୋଟରଙ୍କ ମୂଲ୍ୟ ବିଭିନ୍ନ ସ୍ଥାନରୁ ଭିନ୍ନ ଭିନ୍ନ ଅଟେ। ଯଦି ବିକାଶ କାର୍ଯ୍ୟ ରାଜ୍ୟରେ ହୋଇଛି ତେବେ ଟଙ୍କା ବାଣ୍ଟିବାର ଭିଡିଓ କାହିଁକି ରାଜ୍ୟରେ ଦେଖିବାକୁ ମିଳୁଛି। ବିନା ଟଙ୍କା ବଣ୍ଟାରେ ବିଜେଡି ନିର୍ବାଚନ ଜିତିବା ନେଇ ଆହ୍ୱାନ ଦେଇଥିଲା ଅପରାଜିତା। ଲୋକଙ୍କ ଭୋଟ କିଣି ଓଡିଶାର ଭାଇ ଭଉଣୀକୁ ଅପମାନିତ ଓ ବାଟବଣା ନ କରୁ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.