ଭୁବନେଶ୍ବର: ଆଜି(ଗୁରୁବାର) ଆରମ୍ଭ ହୋଇଛି ପୌର ନିର୍ବାଚନ। ମୁଖ୍ୟମନ୍ତ୍ରୀଙ୍କ ସମେତ ଅନେକ ବଡ ବଡ ସରକାରୀ ଅଧିକାରୀ ମଧ୍ୟ ଦେଇଛନ୍ତି ମତଦାନ । ଏହାରି ମଧ୍ୟରେ ଭୁବନେଶ୍ବର ପୌରାଞ୍ଚଳରେ ମନ୍ତ୍ରୀ ଅଶୋକ ପଣ୍ଡା ଲାଇନରେ ଛିଡା ହୋଇ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଚାଲିଥିବା ବିକାଶ ପ୍ରକ୍ରିୟାର ଅବ୍ୟାହତ ରହିବା ପାଇଁ ସେ ମତଦାନ କରିଥିବା କହିଛନ୍ତି ।
ଭୋଟ ଦେବା ପରେ ମନ୍ତ୍ରୀ ଅଶୋକ କହିଛନ୍ତି ଯେ ଅନେକ ବିକାଶ ପ୍ରକ୍ରିୟା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ଚାଲିଛି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଜାରି ରହିଛି । ତେବେ ଏହି ପ୍ରକ୍ରିୟା ଅବ୍ୟାହତ ରହିବ ପାଇଁ ସେ ମତଦାନ ଦେଇଥିବା କହିଛନ୍ତି । ଓଡ଼ିଶାର ଜନସାଧାରଣଙ୍କ ଆଶୀର୍ବାଦ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବ ଓ ବିଶେଷ କରି ରାଜଧାନୀର ଯେଉଁ ମେୟର ଓ କର୍ପୋରେଟର ପ୍ରାର୍ଥୀ ରହିଛନ୍ତି ସେମାନଙ୍କ ଉପରେ ଆର୍ଶୀବାଦ ସଦାସର୍ବଦା ରହୁ ବୋଲି ସେ ଆଶା କରିଥିବା କହିଛନ୍ତି ।
ତେବେ ସୂଚନା ଥାଉ କି ରାଜ୍ୟରେ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ୪୭ଟି ମ୍ୟୁନିସିପାଲିଟି, ୫୯ଟି ଏନଏସି ଓ ୩ ମହାନଗର ନିଗମ ପାଇଁ ପଡୁଛି ଭୋଟ । ୪୦ ଲକ୍ଷରୁ ଅଧିକ ଭୋଟର ନିଜ ପସନ୍ଦର ପ୍ରତିନିଧିଙ୍କୁ ବାଛୁଛନ୍ତି । ଏଥର ପ୍ରଥମ ଥର ପାଇଁ ମେୟର ଓ ପୌରାଧ୍ୟକ୍ଷ ପଦ ପାଇଁ ପ୍ରତ୍ୟେକ୍ଷ ନିର୍ବାଚନ ହେଉଛି । ନିର୍ବାଚନକୁ ଶାନ୍ତିଶୃଙ୍ଖଳାର ସହ କରିବା ପାଇଁ ସାରା ରାଜ୍ୟରେ ୧୯୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ