ETV Bharat / city

‘ପରୀ ମୃତ୍ୟୁ ଘଟଣା ମୋତେ ବ୍ୟଥିତ କରିଛି, ସତ୍ୟ ଉନ୍ମୋଚନ ହେଉ’

author img

By

Published : Nov 26, 2020, 4:43 PM IST

ପରୀ ମୃତ୍ୟୁ ଘଟଣାରେ ବିଧାନସଭାରେ ବିବୃତି ରଖିଲେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ । ପରୀ ମୃତ୍ୟୁ ଘଟଣା ମୋତେ ବ୍ୟଥିତ କରିଛି ବୋଲି କହିଲେ ମନ୍ତ୍ରୀ । ଅଧିକ ପଢନ୍ତୁ...

କୃଷିମନ୍ତ୍ରୀ ଡ. ଅରୁଣ ସାହୁ
କୃଷିମନ୍ତ୍ରୀ ଡ. ଅରୁଣ ସାହୁ

ଭୁବନେଶ୍ବର: ପରୀ ମୃତ୍ୟୁ ମାମଲାକୁ ନେଇ ଗୃହରେ ବିବୃତି ରଖିଲେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ । ମନ୍ତ୍ରୀ କହିଛନ୍ତି ଯେ, ‘ପରୀ ମୃତ୍ୟୁ ଘଟଣା ମୋତେ ବ୍ୟଥିତ କରିଛି । ଗଭୀର ଭାବେ ମୁଁ ମର୍ମାହତ । ହିଂସାର ମୁଁ ଘୋର ବିରୋଧୀ ।’

ସେହିପରି କ୍ରାଇମବ୍ରାଞ୍ଚର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି, ତାହାକୁ ସ୍ବାଗତ କରୁଛି ବୋଲି ମନ୍ତ୍ରୀ କହିଛନ୍ତି । ଘଟଣାରେ ଯିଏ ବି ଜଡିତ ଥାଉ, ତା ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ହେଉ । ପରୀ ନ୍ୟାୟ ପାଉ । ସତ୍ୟ ଉନ୍ମୋଚନ ହେଉ ବୋଲି ଗୃହରେ ମନ୍ତ୍ରୀ କହିଛନ୍ତି । ଏହାସହ ଘଟଣାର ରାଜନୀତିକରଣ କରାନଯାଉ ବୋଲି ମନ୍ତ୍ରୀ ଅରୁଣ ସାହୁ ବିଧାନସଭାରେ ନିଜର ବିବୃତି ରଖିବା ସମୟରେ କହିଛନ୍ତି ।

କୃଷିମନ୍ତ୍ରୀ ଡ. ଅରୁଣ ସାହୁ

ସେପଟେ ମନ୍ତ୍ରୀଙ୍କ ବିବୃତି ପରେ ଉଭୟ କଂଗ୍ରେସ ଓ ବିଜେପିଙ୍କ ହୋହଲ୍ଲା ଜାରି । ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଛନ୍ତି ବିରୋଧୀ । ଯାହାକୁ ନେଇ ଗୃହକୁ ଆସନ୍ତାକାଲି ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି ।

ସୂଚନାଥାଉକି, ଗତ ଜୁଲାଇ ମାସ 7 ତାରିଖ ଦିନ ନୟାଗଡ ବ୍ଲକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଯଦୁପୁର ଗାଁର ଅଶୋକ ସାହୁଙ୍କ 5 ବର୍ଷର ଝିଅ "ପରୀ" ଘର ନିକଟରେ ଖେଳୁଥିବା ବେଳେ ହଠାତ୍ କେଉଁଆଡ଼େ ନିଖୋଜ ହୋଇ ଯାଇଥିଲା । ଘର ଲୋକେ ବହୁ ଖୋଜାଖୋଜି କରିବା ପରେ ପରୀକୁ ନ ପାଇବାରୁ ସ୍ଥାନୀୟ ଥାନାର ଦ୍ଵାରସ୍ଥ ହୋଇଥିଲେ । ତେବେ 7 ଦିନ ପରେ ଅଶୋକଙ୍କ ଘର ପାଖରେ ଏକ ବସ୍ତାରେ ଗୁଡାହୋଇ କିଛି ନରକଙ୍କାଳ ପଡିଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେଇଥିଲେ ।

ପରେ ଏହା ‘ପରୀ’ ମରଶରୀର ବୋଲି ପରିବାର ଲୋକେ କହିବା ସହ ଦୋଷୀକୁ ଧରିବାକୁ ଦାବି କରିଥିଲେ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେବା ସହ ରାସ୍ତାରୋକ ମଧ୍ୟ ହୋଇଥିଲା ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.