ETV Bharat / city

ଖଣି ପ୍ରଭାବିତ ଜିଲ୍ଲା ବିକାଶ ପାଇଁ 640 କୋଟିର ପ୍ରକଳ୍ପ - ମୁଖ୍ୟ ଶାସନ ସଚିବ

ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇଣ୍ଡୋର ଷ୍ଟାଡିୟମ୍ ପ୍ରତିଷ୍ଠା ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ରପାଇଁ ୬୪୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି । ଅଧିକ ପଢନ୍ତୁ...

୧୧ଟି ସହରାଞ୍ଚଳରେ ସ୍କୁଲରେ ପ୍ରତିଷ୍ଠା ହେବ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ, ଖର୍ଚ୍ଚ ହେବ 640 କୋଟି ଟଙ୍କା

author img

By

Published : Sep 21, 2021, 10:01 PM IST

ଭୁବନେଶ୍ବର: Odisha Mineral Bearing Areas Development Corporation (OMBADC) ଫଣ୍ଡରୁ ୬୪୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ମଞ୍ଜୁର କଲେ ରାଜ୍ୟ ସରକାର । ବିଦ୍ୟାଳୟ ଉନ୍ନୟନ ପ୍ରକଳ୍ପରେ ଛାତ୍ରଛାତ୍ରୀମାନଙ୍କୁ ବିଶ୍ବସ୍ତରୀୟ ଶିକ୍ଷା ପ୍ରଦାନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ୧୧ଟି ସହରାଞ୍ଚଳରେ ପ୍ରତିଷ୍ଠା ହେବ ବହୁମୁଖୀ ଇନ୍‌ଡୋର ଷ୍ଟାଡିୟମ୍ । ଓଡ଼ିଶା ଖଣିଜ ଅଞ୍ଚଳ ଉନ୍ନୟନ ନିଗମ ପାଣ୍ଠିରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଇଣ୍ଡୋର ଷ୍ଟାଡିୟମ୍ ପ୍ରତିଷ୍ଠା ଏବଂ ପରିବେଶ ସୁରକ୍ଷା ପରିଚାଳନା ଆଦି କ୍ଷେତ୍ରପାଇଁ ୬୪୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର କରାଯାଇଛି ।

ନୂଆ ପ୍ରକଳ୍ପରେ ସ୍ମାର୍ଟ-ଶ୍ରେଣୀ ଗୃହ, ଇ-ଲାଇବ୍ରେରୀ, ଆଇ.ସି.ଟି ପରୀକ୍ଷାଗାର ଆଦି ବ୍ୟବସ୍ଥା ବିକଶିତ କରାଯିବ । ତେଣୁ ଶିକ୍ଷକମାନେ ଆମର ଛାତ୍ରଛାତ୍ରୀ ମାନଙ୍କୁ ବିଶ୍ବସ୍ତରୀୟ ଶିକ୍ଷା ଦେବା ପାଇଁ ଯତ୍ନବାନ ହେବା ଦରକାର । ଏହା ହେଲେ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରୁ ପାଢୁଥିବା ଛାତ୍ରଛାତ୍ରୀମାନେ ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ସଫଳତାର ସହ ପ୍ରତିଯୋଗିତା କରିପାରିବେ । ଏହି ପ୍ରକଳ୍ପ ମାଧ୍ୟମରେ ଭଲ ପଡ଼ିଆ, ବିଦ୍ୟାଳୟରେ ଏକ ଆନନ୍ଦମୟ ପରିପାର୍ଶ, ଶୈକ୍ଷିକ ପରିବେଶ ଆଦି ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟ ଶାସନ ସଚିବ ।

ଏହି ପ୍ରକଳ୍ପରେ ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଝାରସୁଗୁଡ଼ା, ମୟୂରଭଞ୍ଜ ଏବଂ ସୁନ୍ଦରଗଡ଼ ଆଦି ଜିଲ୍ଲାର ୮୮୯ ବି ମାଧ୍ୟମିକ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବ, ଏଥିପାଇଁ ସମୁଦାୟ ୨୩୩.୪୦ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ମଞ୍ଜୁର କରାଯାଇଛି । ଏହି ପ୍ରକଳ୍ପ ଖଣି ଅଞ୍ଚଳରେ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ଖଣିକ ପରିଚାଳନାରେ ସହାୟକ ହେବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.