ଭୁବନେଶ୍ବର: ରାଜ୍ୟର ଖଣି ରାଜସ୍ବରେ ଦୁଇଗୁଣା ବୃଦ୍ଧି ଘଟିଛି । ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ଆଧାରରେ ଏହି ତଥ୍ୟ ସାମ୍ନାକୁ ଆସିଛି । ଗତ ପାଞ୍ଚ ବର୍ଷ ତଥ୍ୟରୁ ଖଣିରୁ ସର୍ବାଧିକ ଆୟ ଆସିଥିବା ଜଣାପଡିଛି ।
2018-19 ଆର୍ଥିକ ବର୍ଷରେ ଖଣିରୁ 10 ହଜାର 4ଶହ 79 କୋଟି ଟଙ୍କା ଆୟ ହୋଇଛି । 2014-15 ମସିହାରେ ଖଣି ରାଜସ୍ବ 5 ହଜାର 5ଶହ 19 କୋଟି ରହିଥିବା ବେଳେ 2018-19 ମସିହାର ରିପୋର୍ଟରେ ଏହା ଦ୍ବିଗୁଣିତ ହୋଇଛି । 1990-91 ମସିହାରେ ରାଜ୍ୟର ନିଜସ୍ବ ଟିକସକୁ ଖଣିର 2.6 ପ୍ରତିଶତ ଅବଦାନ ରହିଥିବା ବେଳେ ବର୍ତ୍ତମାନ ଏହା 23.50 ପ୍ରତିଶତକୁ ବୃଦ୍ଧି ପାଇଛି ।
14ଟି ରାଜ୍ୟର ଅଭିବୃ୍ଦ୍ଧି ହାର ଜାତୀୟ ହାର ତୁଳନାରେ ଅଧିକ ରହିଛି । ଏହି 14ଟି ରାଜ୍ୟ ତାଲିକାରେ ଓଡିଶା ସାମିଲ ହୋଇଛି । ସେହିପରି 4ଟି ରାଜ୍ୟ( ଆନ୍ଧ୍ର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା ଓ ବିହାର)ର ଅଭିବୃଦ୍ଧି ହାର 10 ପ୍ରତିଶତ ରହିଛି । ତେବେ ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଛତିଶଗଡ ଜାତୀୟ ହାରରୁ ତଳେ ରହିଛନ୍ତି ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ