ETV Bharat / city

ଜେଲ୍‌ ଗଲେ କୋଟିପତି GRS ବାବୁଲି ପଢିହାରି

author img

By

Published : Apr 26, 2022, 10:44 PM IST

ଜେଲ ଗଲେ କୋଟିପତି GRS, ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାନ୍ଧିଲା ଭିଜିଲାନ୍ସ । ଅଧିକ ପଢନ୍ତୁ

କୋଟିପତି ପଞ୍ଚାୟତ GRS: ଦରମା 8 ହଜାର, ସମ୍ପତ୍ତି ଅମାପ

ଭୁବନେଶ୍ବର: ଜେଲ ଗଲେ କୋଟିପତି ଜିଆରଏସ ବାବୁଲି ପଢିହାରି । ଭିଜିଲାନ୍ସ ଆକନନ ଅନୁସାରେ ମାସିକ ସାଢେ ୮ ହଜାର‌ ଦରମା ପାଉଥିବା ଏହି କର୍ମଚାରୀ ୧୪ ବର୍ଷରେ ଆୟଠାରୁ ୩୮୩ ପ୍ରତିଶତ ଅଧିକ ପରିମାଣର ସମ୍ପତ୍ତି ଠୁଳ କରିଛନ୍ତି । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ମଙ୍ଗଳବାର ବାବୁଲିଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

୧୪ ବର୍ଷର ଚାକିରି, ହେଲେ ସଞ୍ଚିଛନ୍ତି ଅମାପ ସମ୍ପତ୍ତି । ସମ୍ପତ୍ତିର ତାଲିକା ଦେଖି ଭିଜିଲାନ୍ସ ତାଜୁବ । ଜଣେ ପଞ୍ଚାୟତର ଗ୍ରାମ ରୋଜଗାର ସେବକ(GRS) ହୋଇମଧ୍ୟ ବାବୁଲି ପଢିହାରିଙ୍କ ଠାରୁ ଜବତ ହୋଇଛି କୋଟି କୋଟି ଟଙ୍କାର‌ ସମ୍ପତ୍ତି । ଯାହାକୁ ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ହୋଇଯାଇଛନ୍ତି ।

ସମ୍ପତ୍ତି ତାଲିକା ମଧ୍ୟରେ ବାବୁଲିଙ୍କର ଭୁବନେଶ୍ବରରେ ୫୯ଟି ପ୍ଲଟ୍‌ ଓ କଟକରେ ଗୋଟିଏ ପ୍ଲଟ୍‌ ରହିଛି । ଭୁବନେଶ୍ୱରରେ ରଘୁନାଥପୁରରେ ତିନି ତାଲା ଘର, ଯାହାର ଆନୁମାନିକ ମୂଲ୍ୟ ୧ କୋଟି ୨୪ ଲକ୍ଷ ହେବ । ସେହିପରି ପୂର୍ବରୁ କିଣିଥିବା ୩୨ ଲକ୍ଷର ଘର ସହ ୧୪ ଲକ୍ଷର ଫ୍ଲାଟ ମଧ୍ୟ ରହିଛି । ସେହିପରି ୪ଲକ୍ଷର ଚାରିଚକିଆ କାର ସହ ବାଇକ ମଧ୍ୟ ଠାବ କରିଛି ଭିଜିଲାନ୍ସ ଟିମ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.